ଅପହୃତ ଟିଆରଏସ୍ ନେତାଙ୍କ ମୃତଦେହ ଛତିଶଗଡ଼ରୁ ଉଦ୍ଧାର
ହାଇଦରାବାଦ : ତିନି ଦିନ ପୂର୍ବେ ତେଲଙ୍ଗାନାରୁ ଅପହୃତ ଜଣେ ଟିଆରଏସ୍ ନେତାଭ୍କ ମୃତଦେହ ଶୁକ୍ରବାର ଛତିଶଗଡ଼ରୁ ଉଦ୍ଧାର ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି। ସୋମବାର ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ଅପରିଚିତ ବ୍ୟକ୍ତି ମାରଣାସ୍ତ୍ର ସହିତ ଆସି ଭଦ୍ରାଦ୍ରି-କୋଠାଗୁଡେମ୍ ଜିଲା ଅନ୍ତର୍ଗତ କୋଠୁର ଗ୍ରାମସ୍ଥିତ ଘରୁ ସ୍ଥାନୀୟ ଟିଆରଏସ୍ ନେତା ୪୫ବର୍ଷୀୟ ଏନ୍. ଶ୍ରୀନିବାସ ରାଓଙ୍କୁ ବଳପୂର୍ବକ ନେଇ ଯାଇଥିଲେ। ଏ ସମ୍ପର୍କରେ ରାଓଙ୍କ ପତ୍ନୀ ଦୁର୍ଗା ପୁଲିସକୁ ଜଣାଇଥିଲେ। ଶୁକ୍ରବାର ଛତିଶଗଡ଼ ସୀମାନ୍ତ ଏରାମପାଡ଼ୁଠାରେ ତାଙ୍କର କ୍ଷତବିକ୍ଷକ ମୃତଦେହ ଠାବ କରାଯାଇଥିଲା। ଛତିଶଗଡ଼ ପୁଲିସ ତେଲଙ୍ଗାନା ପ୍ରତିପକ୍ଷଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
Comments are closed.