ରାଞ୍ଚି : ଗୋଖାଦ୍ୟା ଦୁର୍ନୀତି ସମ୍ପର୍କିତ ଏକ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡଖଣ୍ଡ ହାଇକୋର୍ଟ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଅପରେଶ କୁମାର ସିଂହ ୫୦,୦୦୦ ଟଙ୍କା ଲେଖାଏଁ ମୂଲ୍ୟର ଦୁଇଟି ମୁଚାଲିକାରେ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଲାଲୁଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ, ଅଭିଷେକ ମନୁୁ ସିଙ୍ଘଭୀ ଏବଂ ଚିତ୍ତରଞ୍ଜନ ସିହ୍ନା ମାମଲାର ବିଭିନ୍ନ ପର୍ଯ୍ୟାୟରେ ହାଇକୋର୍ଟରେ ପକ୍ଷ ଉପସ୍ଥାପନ କରିଛନ୍ତି। ଜାମିନ ସତ୍ତ୍ବେ ଲାଲୁ ଜେଲରୁ ବାହାରି ନାହାନ୍ତି। କାରଣ ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ଅାଉ କେତେକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ପାଇ ଜେଲ୍ରେ ଅଛନ୍ତି।
Popular Categories


