www.samajalive.in
Saturday, December 6, 2025
16.1 C
Bhubaneswar

ବିିଦ୍ୟୁତ୍‍ ତାର ସଂଶ୍ପର୍ଷରେ ଆସି ଶ୍ରମିକ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ ଚୁଡାପାଲି ଠାରେ ମଙ୍ଗଳବାର ବିଦ୍ୟୁତ ସଂଶ୍ପର୍ଷରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିବା ବରପିଟା ଗାଁର ମୁକେଶ ପଧାନ ଏହି ଘଟଣାରେ ମୃତ୍ୟୁ ବରଣ କରିଥିଲେ। ତେବେ ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବୁଧବାର ଗ୍ରାମବାସୀ ବଲାଙ୍ଗୀର ୱେସ୍କୋ ଏସଡିଓଙ୍କ କାର୍ଯ୍ୟାଳୟ ଘେରାଓ କରିଥିବା ଜଣାପଡିଛି।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ବାରପୁଗଡିଆ ପଞ୍ଚାୟତ ବରପିଟା ଗାଁର ମୁକେଶ ପଧାନ(୧୯) ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଚୁଡାପାଲି ଗ୍ରାମପଞ୍ଚାୟତ ଅଫିସ ପଛପଟେ ଥିବା ଏକ ଇଟାଭାଟିକୁ ଇଟା ଆଣିବା ପାଇଁ ଉକ୍ତ ଟ୍ରାକ୍ଟରରେ ଆସିଥିଲେ। ସେଠାରେ କମ ଉଚ୍ଚତାରେ ଝୁଲିରହିଥିବା ବିଦ୍ୟୂତ ତାର ସଂଶ୍ପର୍ଷରେ ମୁକେଶ ଆସିଯାଇଥିଲେ ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। କମ ଉଚ୍ଚତାରେ ତାର ଥିବା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ। ବୁଧବାର ମୃତଦେହ ବ୍ୟବଚ୍ଚେଦ ପରେ ଗ୍ରାମବାସୀ ସୁଧୀର ପରିଚ୍ଚାଙ୍କ ନେତୃତ୍ୱରେ ଆସି ୱେସ୍କୋ ବଲାଙ୍ଗୀର ଏସଡିଓଙ୍କ କାର୍ଯ୍ୟାଳୟରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୃତକଙ୍କ ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ଉକ୍ତ ଅଞ୍ଚଳରେ ବିପଦ ଅବସ୍ଥାରେ ଝୁଲିରହିଥିବା ବିଦ୍ୟୂତ ତାରକୁ ସଜାଡିବା ଦାବିରେ ଦୀର୍ଘ ସମୟ ଧରି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନସ୍ଥଳରେ ୱେସ୍କୋ ଏସଡିଓ, ଟାଉନ ଥାନା ଅଧିକାରୀ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ। ପରିବାର ଲୋକଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ମୃତଦେହ ଉଠାଇଥିଲେ। ତେବେ ମୃତକଙ୍କ ପରିବାର ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୨୦ହଜାର ଓ ୱେସ୍କୋ ୮୦ହଜାର ଟଙ୍କା ଦେବ ବୋଲି ପ୍ରତିଶ୍ରୁତିି ମିଲିଥିବା କହିଛନ୍ତି ମୃତକଙ୍କ ବାପା ଜଗନ୍ନାଥ ପଧାନ। ତେବେ ଅନେକ ସ୍ଥାନରେ ବିଦ୍ୟୂତ ତାର ଅଲ୍ପ ଉଚ୍ଚତାରେ ଝୁଲୁଥିବା, ଖଣ୍ଟ ଆଉଜି ହୋଇ ରହିଥିବା, ଟ୍ରାନଫର୍ମର ଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଅଭିଯୋଗ ଆସୁଥିଲେ ସୁଦ୍ଧା ବିଦ୍ୟୁତ ବିଭାଗ ପକ୍ଷରୁ କୈାଣସି ଦୃଢ ପଦକ୍ଷେପ ଗ୍ରହଣ ହେଉନଥିବାରୁ ଏହିଭଳି ସମସ୍ୟା ସାମ୍ନାକୁ ଆସୁଥିବା ଅଭିଯୋଗ ହୋଇଛି। ଏଥିପ୍ରତି ବିଭାଗ ଯତ୍ନବାନ ହୋଇ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories