www.samajalive.in
Sunday, December 7, 2025
13.1 C
Bhubaneswar

ମାତ୍ର କିଛି ଦାନା ଚାଉଳ ଦୂର କରିବ ଆପଣଙ୍କ ସମସ୍ତ ସମସ୍ୟା

ସାଧାରଣତଃ ଆମେ ଜାଣନ୍ତି ଚାଉଳ ଆମ ଖାଦ୍ୟରେ ବ୍ୟବହୃତ ହେବା ସହ ପୂଜାର୍ଚ୍ଚନାରେ ମଧ୍ୟ ଆବଶ୍ୟକ ପଡ଼ିଥାଏ। ହେଲେ ଏହା ହୁଏତ କମ୍ ଲୋକ ଜାଣିଥିବେ ଯେ, ଆମର ଅନେକ ସଙ୍କଟ ତଥା ସମସ୍ୟା ଦୂର କରିବାରେ ମଧ୍ୟ ଚାଉଳ ବିଶେଷ ଭୂମିକା ଗ୍ରହଣ କରିଥାଏ। ପୂଜାପାଠରେ ଚାଉଳ ତଥା ଅକ୍ଷତ ନିହାତି ରଖାଯାଇଥାଏ। ବିନା ଅକ୍ଷତରେ କୌଣସି ପୂଜା ହୋଇପାରେ ନାହିଁ। ତେବେ ପୂଜାରେ ବ୍ୟବହୃତ ଏହି ଚାଉଳ ବା ଅକ୍ଷତର ସଠିକ୍ ଉପଯୋଗରେ ଆମେ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଷତର ଉପଯୋଗରେ ବ୍ୟକ୍ତିର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇପାରେ। ଆସନ୍ତୁ ଜାଣିବା ଚାଉଳର ଉପଯୋଗରେ କିପରି ଆମ ସମସ୍ୟାକୁ ଏଡ଼ାଇ ପାରିବା –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପୂଜା କରିବା ସମୟରେ ଆପଣଙ୍କ ଇଷ୍ଟ ଦେବାଦେବୀଙ୍କୁ କେବଳ ୫ଟି ଦାନା ଚାଉଳ ଅର୍ପଣ କରନ୍ତୁ। ଅକ୍ଷତ ଅର୍ପଣ କରିବା ବେଳେ ଆପଣଙ୍କ ସମସ୍ୟା ସମ୍ପର୍କରେ ଇଷ୍ଟଙ୍କୁ ଜଣାନ୍ତୁ। ଏହାସହିତ ଆପଣଙ୍କ କାମନା ମଧ୍ୟ ତାଙ୍କ ନିକଟରେ ପ୍ରକାଶ କରନ୍ତୁ। ଏହାଦ୍ବାରା ଆପଣଙ୍କ ସମସ୍ୟା ଦୂର ହେବା ସହ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ।

- Advertisement -

ସେହିପରି ଯଦି ଆପଣ ମାନସିକ ଅଶାନ୍ତି ମଧ୍ୟ ଦେଇ ଗତି କରୁଥାଆନ୍ତି ତେବେ ପୂଜାରେ ନିଶ୍ଚିତ ଅକ୍ଷତ ବ୍ୟବହାର କରନ୍ତୁ। ଦେଖିବେ ଆପଣ ନିଶ୍ଚିତ ଶାନ୍ତି ଅନୁଭବ କରିବେ।

ଚାଉଳ ହେଉଛି ମା’ ଅନ୍ନପୂର୍ଣ୍ଣାଙ୍କ ଅଂଶବିଶେଷ। ତେଣୁ ଯେଉଁ ବ୍ୟକ୍ତି ଭଗବାନଙ୍କୁ ଅକ୍ଷତ ଅର୍ପଣ କରନ୍ତି, ତାଙ୍କ ଘରେ କେବେହେଲେ ଅନ୍ନର ଅଭାବ ହୁଏନାହିଁ। ଜୀବନରେ ନିଶ୍ଚିତ ସୁଖ ଓ ସମୃଦ୍ଧି ଆସେ।

ତେବେ ଠାକୁରଙ୍କୁ ଅକ୍ଷତ ଅର୍ପଣ କରିବା ବେଳେ ଏହାକୁ ସର୍ବଦା ଗଙ୍ଗା ପାଣିରେ ଧୋଇ ପରିସ୍କାର କରିବା ପରେ ହିଁ ଅର୍ପଣ କରନ୍ତୁ।

ସୋମବାର ଯଦି ଶିବଙ୍କୁ ମୁଠାଏ ଚାଉଳରେ ଅଭିଷେକ କରନ୍ତି, ତେବେ ଆପଣଙ୍କର ଖୁବ୍ ଉନ୍ନତି ହେବା ସହ ଧନସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

ତେବେ ଠାକୁରଙ୍କୁ ଚାଉଳ ଅର୍ପଣ କରିବା ବେଳେ ଧ୍ୟାନ ରଖିବେ ଯେ, ସେଥିରେ ଯେପରି ଭଙ୍ଗା ଚାଉଳ ନଥାଏ। ନଚେତ ଗୋଟିଏ ବି ଭଙ୍ଗା ଚାଉଳ ଆପଣଙ୍କ କାମନାରେ ସମସ୍ୟା ସୃଷ୍ଟି କରିପାରେ ତଥା ବିପରୀତ ଫଳ ଦେଇପାରେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories