www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱାଧୀନତା ଦିବସରେ ବକ୍ସ ଅଫିସରେ ମହାସଂଗ୍ରାମ : ଅକ୍ଷୟ, ପ୍ରଭାସ ଓ ଜନ୍‍ ସାମ୍ନାସାମ୍ନି

ମୁମ୍ବଇ : ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ବକ୍ସ ଅଫିସରେ ତିନି ସୁପରଷ୍ଟାରଙ୍କ ୩ଟି ଚଳଚ୍ଚିତ୍ର ମଧ୍ୟରେ ମହାସଂଗ୍ରାମ ଦେଖିବାକୁ ମିଳିବ। ଚଳଚ୍ଚିତ୍ର ଗୁଡ଼ିକ ହେଉଛି – ‘ମିଶନ ମଙ୍ଗଳ’, ‘ବାଟଲା ହାଉସ’ ଏବଂ ‘ସାହୋ’।

ଗୋଟିଏ ପକ୍ଷରେ ରହିଛି ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଳ’। ନିକଟରେ ଅକ୍ଷୟ ଚଳଚ୍ଚିତ୍ରର ପ୍ରଥମ ଲୁକ୍‍ ଶେୟାର କରିବା ସହିତ ଏହା ୧୫ ଅଗଷ୍ଟରେ ପରଦାକୁ ଆସିବ ବୋଲି ଘୋଷଣା କରିଛନ୍ତି। ଏଥିରେ ଅକ୍ଷୟଙ୍କ ସହ ତାପସୀ ପନ୍ନୁଙ୍କୁ ମଧ୍ୟ ଦେଖିବାକୁ ମିଳିବ। ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶନା ଭାର ଜଗନ ଶକ୍ତି ବହନ କରିଛନ୍ତି। ଭାରତ ମଙ୍ଗଳ ଗ୍ରହକୁ ପ୍ରଥମ ଯାନ ପ୍ରେରଣ କରିବା କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ ହୋଇଛି। ମାତ୍ର ଅକ୍ଷୟଙ୍କ ମୁକାବିଲା ବାହୁବଳୀ ଷ୍ଟାର ପ୍ରଭାସଙ୍କ ସହ ହେବ।

- Advertisement -

ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’କୁ ନେଇ ଗତ ୨ ବର୍ଷ ଧରି ଚର୍ଚ୍ଚା ହୋଇ ଆସୁଛି। ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ଏକ ଆକ୍ସନ-ସାଇନ୍ସ-ଫିକ୍ସନ ଭିତ୍ତିକ ଚଳଚ୍ଚିତ୍ର। ଏଥିରେ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁର ଅଭିନୟ କରିଛନ୍ତି। ‘ସାହୋ’ ମୂଳତଃ ତେଲୁଗୁ ଚଳଚ୍ଚିତ୍ର। କିନ୍ତୁ ଏହା ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ।

ସେହିପରି ଅପର ପକ୍ଷରେ ରହିଛି ଜନ୍‍ ଆବ୍ରାହମ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଟଲା ହାଉସ’। ଦିଲ୍ଲୀର ବାଟଲା ହାଉସ ଏନକାଉଣ୍ଟରକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଏଥିରେ ଜନ୍‍ଙ୍କ ସହ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ରିତେଶ ଶାହ ଚଳଚ୍ଚିତ୍ରର କାହାଣୀ ରଚନା କରିଥିବା ବେଳେ ନିଖିଲ୍‍ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ‘ବାଟଲା ହାଉସ’ ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ ହେବାକୁ ଯାଉଛି।

ତେବେ ଦେଖିବା ବାକି ରହିଲା କିଏ କାହା ଉପରେ ଭାରି ପଡ଼ୁଛି ଏବଂ କିଏ ଦର୍ଶକଙ୍କ ମନ ଜିତିବାରେ ସଫଳ ହେଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories