www.samajalive.in
Monday, December 8, 2025
24.1 C
Bhubaneswar

ସରିଫ୍‌ଙ୍କ ବିପକ୍ଷରେ ରାୟ ଦେବାକୁ ପାକିସ୍ତାନ ବିଚାରପତିଙ୍କୁ ‘ବ୍ଲାକ୍‌ମେଲ୍‌’ କରାଯାଇଥିଲା: ମରିୟମ୍‌

ଲାହୋର : ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନୱାଜର ନେତ୍ରୀ ମରିୟମ୍‌ ନୱାଜ ଏକ ଭିଡିଓ ସାର୍ବଜନୀନ କରିଛନ୍ତି। ଭିଡିଓରେ ଆକାଉଣ୍ଟିବିଲିଟି କୋର୍ଟର ଜଣେ ବିଚାରପତି ସ୍ବୀକାର କରୁଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ତାଙ୍କୁ ବ୍ଲାକମେଲ ଓ ବାଧ୍ୟ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୱାଜ ସରିଫଙ୍କ ଝିଅ ମରିୟମ୍‌ କହିଛନ୍ତି ଯେ ତାଙ୍କ ପିତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ସମଗ୍ର ଅଦାଲତ ପ୍ରକ୍ରିୟା ସହ ସାଲିସ କରାଯାଇଛି।

୬୯ ବର୍ଷିୟ ସରିଫ୍‌ ଡିସେମ୍ବର ୨୪, ୨୦୧୮ ଠାରୁ ଲାହୋରସ୍ଥିତ କେଟ୍‌ ଲାଖପତ ଜେଲ୍‌ରେ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଭୋଗୁଛନ୍ତି। ପାନାମା ପେପର୍‌ ମାମଲାରେ ତାଙ୍କ ନାମରେ ଜୁଲାଇ ୧୯, ୨୦୧୭ରେ ମାମଲା ରୁଜୁ କରାଯାଇଥିଲା। ଭିଡିଓରେ ଦେଖାଯାଉଛି ଇସ୍‌ଲାମାବାଦସ୍ଥିତ ଆକାଉଣ୍ଟାବିଲିଟି କୋର୍ଟର ବିଚାରପତି ମହମ୍ମଦ୍‌ ଅର୍ଶାଦ୍‌ ମଲିକ ପିଏମ୍‌ଏଲ୍‌-ଏନ୍‌ ସମର୍ଥକ ନାସିର ବଟ୍ଟଙ୍କ ସହ କଥାବାର୍ତ୍ତା ସମୟରେ ଏହା ସ୍ୱୀକାର କରୁଛନ୍ତି। ବିଚାରପତି ଅର୍ଶାଦ କହିଛନ୍ତି, ‘ମୋର ଅବିବେକି ଓ ଏଇ ଭୁଲ୍‌ କାମ ଯୋଗୁଁ ମୁଁ ଶାନ୍ତିରେ ଶୋଇ ପାରୁ ନାହିଁ।’ ମରିୟମ୍‌ କହିଛନ୍ତି ଏ ଭିଡିଓରେ ପ୍ରକୃତ କଥା ଜଣାପଡିବା ପରେ ତାଙ୍କ ବାପାଙ୍କୁ ଆଉ ଜେଲ୍‌ରେ ରଖାଯିବା ଉଚିତ ନୁହେଁ। ସରିଫଙ୍କ ଜାମିନ ପାଇଁ ଇସ୍‌ଲାମାବାଦ ହାଇକୋର୍ଟରେ ସେ ଏହି ଭିଡିଓକୁ ଦାଖଲ କରିବେ ବୋଲି ମରିୟମ କହିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories