www.samajalive.in
Thursday, December 11, 2025
26.1 C
Bhubaneswar

ତେଲଙ୍ଗାନାରେ ବିଜେପି ସଦସ୍ୟତା ଅଭିଯାନ ଆରମ୍ଭ କଲେ ଅମିତ ଶାହା

ହାଇଦରାବାଦ : ଶନିବାରଠାରୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତେଲଙ୍ଗାନାରେ ଆନୁଷ୍ଠାନିକ ଭାବେ ବିଜେପି ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଏହା ପୂର୍ବରୁ ସେ ତେଲଙ୍ଗାନାର ଏକ ଆଦିବାସୀ ପରିବାରକୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ବିଜେପିର ଅନ୍ୟତମ ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଦିନ ଜୁଲାଇ ୬ରୁ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ ତେଲଙ୍ଗାନା ବିଜେପି ଅଧ୍ୟକ୍ଷ କେ ଲକ୍ଷ୍ମଣ କହିଛନ୍ତି ଯେ ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ତାର ଲକ୍ଷ୍ୟ ହାସଲ କରିବା ପାଇଁ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଛି। ବିଜେପି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ସହ ଲଢେଇ ପାଇଁ ପ୍ରସ୍ତୁତି ଚଳାଇଛି। ଟିଆରଏସକୁ ଆମେ ଗୁରୁତର ସହ ନେଉଛୁ, ବିଶେଷ କରି ଦୁର୍ନୀତି ଓ ପରିବାରବାଦ ବିରୋଧରେ ଲଢେଇ ଜାରି ରଖିଛୁ। ଏନେଇ ଅମିତ ଶାହାଙ୍କ ସହ ମିଶି କେ ଲକ୍ଷ୍ମଣ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ସୂଚନା ଦେଇଛନ୍ତି। ଅମିତ ଶାହାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରାଯାଉଛି ବୋଲି କେ ଲକ୍ଷ୍ମଣ କହିଛନ୍ତି।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories