ଧାମରା : ଭଦ୍ରକ ବନଖଣ୍ଡ ଅଧିନସ୍ଥ ଧାମରା ପଞ୍ଚାୟତରେ ଥିବା ଝାଡକଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ୭୦ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏହି ୭୦ ତମ ବନ ମହୋତ୍ସବ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ଧାମରା ବନପାଳ ଗଦାଧର ବିଶ୍ୱାଳଙ୍କ ନିକଟରୁ ପ୍ରକାଶ। ଆଜିର ଏହି ବନ ମହୋତ୍ସବରେ ବିଦ୍ୟାଳୟର ଶିକ୍ଷକ, ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା, ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଉପସ୍ଥିତ ରହିଥିବା ବେଳେ ପରିବେଶକୁ ସୁସ୍ଥ ରଖିବାକୁ ହେଲେ ସମସ୍ତ ଜନସାଧାରଣ ଏବଂ ଛାତ୍ରଛାତ୍ରୀ ପ୍ରତ୍ୟେକ ଗୋଟିଏ ଗୋଟିଏ ଚାରା ରୋପଣ କରି ଏହାର ଯତ୍ନ ନେବାକୁ ବନପାଳ ଗଦାଧର ବିଶ୍ୱାଳ ମତ ରଖିଥିଲେ। ପରେ ସମସ୍ତଙ୍କ ଉପସ୍ଥିତିରେ ଝାଡକଟା ଅଞ୍ଚଳରେ ଆକାଶିଆ, ଝାଉଁ, କାଠବାଦାମ, ପିଜୁଳି, ଚମ୍ପା, ଶାଗୁଆନ ଇତ୍ୟାଦି ଗଛମାନ ରୋପଣ କରାଯାଇଥିଲା। ଆଗାମୀ ଦିନରେ ବିଶ୍ୱ ସନ୍ତୁଳନ ରକ୍ଷା ପାଇଁ ସମୂହ ଭାବରେ ଶପଥ ନେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବନପାଳ ଗଦାଧର ବିଶ୍ୱାଳ, ବନରକ୍ଷୀ ସନ୍ତୋଷ ମାଝୀ, ଝାଡକଟା ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଧର ପ୍ରସାଦ ଦାସ, ସହକାରୀ ଶିକ୍ଷକ ନାଥୁରାମ ଘଡେଇ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବାଙ୍କବିହାରୀ ମାନ୍ନା, ଏବଂ ଏହି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ବନବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Popular Categories



