www.samajalive.in
Monday, December 8, 2025
27.1 C
Bhubaneswar

ଗୁଜୁରାଟ ବିଧାନସଭାରୁ ଅଳ୍ପେଶ ଠାକୋର, ଧାବଲସିହ୍ନ ଜାଲାଙ୍କ ଇସ୍ତଫା

ଗାନ୍ଧୀନଗର : ରାଜ୍ୟସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେବା ପରେ ଗୁଜୁରାଟ ବିଧାନସଭା ସଦସ୍ୟତା ପଦରୁ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୋର ଏବଂ ଧାବଲସିହ୍ନ ଜାଲା ଶୁକ୍ରବାର ଇସ୍ତଫା ଦେଇଛନ୍ତି।
ବିଜେପି ନେତା ଅମିତ ଶାହା ଏବଂ ସ୍ମୃତି ଇରାନୀଙ୍କ ଇସ୍ତଫା ପରେ ଗୁଜୁରାଟରୁ ରାଜ୍ୟସଭାରେ ୨ଟି ଆସନ ଖାଲି ପଡିଥିଲା। ଏହି ୨ ଆସନ ପାଇଁ ଶୁକ୍ରବାର ଉପନିର୍ବାଚନ ହୋଇଥିଲା। ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେବା ପରେ ଅଳ୍ପେଶ କହିଛନ୍ତି ଯେ କଂଗ୍ରେସ ଦଳର ନେତ।।ମନେ ଆମକୁ ବାରମ୍ବାର ଅପମାନିତ କରି ଆସୁଥିଲେ। କର୍ମୀଙ୍କ କଥାକୁ ଦଳୀୟ ନେତାମାନେ ଶୁଣୁନଥିଲେ। ଏହି ସବୁକୁ ଦୃଷ୍ଟିରେ ରଖି ମୁଁ ବିଧାୟକ ପଦରୁ ଇସ୍ତଫା ଦେଇଛି। ପ୍ରକାଶ ଯେ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାର ୧୭୫ ବିଧାୟକଙ୍କୁ ରାଜ୍ୟସଭା ଉପନିର୍ବାଚନରେ ଭୋଟ ଦାନର ଅଧିକାର ମିଳିଥିଲା। ଘୋଡ଼ା ବେପାରରୁ ଦୂରରେ ରହିବା ପାଇଁ ଦୁଇ ଦିନ ତଳେ କଂଗ୍ରେସ ନିଜ ୭୧ ବିଧାୟକଙ୍କ ମଧ୍ୟରୁ ୬୫ ଜଣଙ୍କୁ ନେଇ ଏକ ରିସର୍ଟରେ ରଖିଥିଲା। ଚଳିତ ବର୍ଷ ଅପ୍ରେଲ ମାସରେ ଅଳ୍ପେଶ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ଅଳ୍ପେଶଙ୍କ ବିଧାନସଭା ସଦସ୍ୟତା ପଦକୁ ଅଯୋଗ୍ୟ ଘୋଷିତ କରିବା ପାଇଁ କଂଗ୍ରେସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ରାଜ୍ୟସଭା ଉପନିର୍ବାଚନରେ ଭୋଟ ଦାନ କରିବା ପରେ ଅଳ୍ପେଶ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories