www.samajalive.in
Tuesday, December 9, 2025
17.1 C
Bhubaneswar

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ୪ ସହପାଠୀ ଗିରଫ

ବେଙ୍ଗାଲୁରୁ : କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାର ଏକ ଘରୋଇ କଲେଜର ୫ ଜଣ ଛାତ୍ର ସେହି କଲେଜର ଜଣେ ଦଳିତ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଗତ ମାର୍ଚ୍ଚ ମାସର ବୋଲି ଜାଣିବାକୁ ମିଳିଛି। ଛାତ୍ରମାନେ ବଳାତ୍କାରର ଭିଡିଓ କରି ଛାତ୍ରୀ ଜଣଙ୍କୁ ବ୍ଲାକମେଲ କରୁଥିଲେ।
ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ମାମଲା ପଦାକୁ ଆସିଥିଲା। ପୁଲିସ୍‍ ନିଜ ପକ୍ଷରୁ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବୟସ ୧୮ରୁ ୧୯ ବର୍ଷ ମଧ୍ୟରେ ଓ ସେମାନେ ବିବିଏ ଓ ବିକମ ଛାତ୍ର ଥିଲେ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି। ପୁଲିସ୍‍ କହିବା ଅନୁସାରେ ଗତ ମାର୍ଚ୍ଚ ମାସରେ ୫ ଛାତ୍ର ସେହି କଲେଜର ଜଣେ ଛାତ୍ରୀଙ୍କୁ ବଳାତ୍କାର କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ। କାହାକୁ କହିଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ। ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ୍‍ ନିଜ ପକ୍ଷରୁ ମାମଲା ରୁଜୁ କରିବା ସହ ଛାତ୍ରୀଙ୍କ ପାଖରେ ପହଞ୍ଚିଥିଲା। ପରେ ମହିଳା ଆୟୋଗରେ ମଧ୍ୟ ମାମଲା ରୁଜୁ ହୋଇଥିଲା।
ଘଟଣା ଅନୁସାରେ ସୁନୀଲ ନାମକ ଅଭିଯୁକ୍ତ ଛାତ୍ର ଜଣଙ୍କୁ ପାଠ ପଢା ସମ୍ପର୍କିତ କୌଣସି ଏକ କାମ ପାଇଁ ଡାକିଥିଲେ। ପୀଡ଼ିତା ସୁନୀଲକୁ ଦେଖା କରିବାକୁ ଯାଇଥିବାବେଳେ ସେଠାରେ ଉପସ୍ଥିତ ଅନ୍ୟ ଅଭିଯୁକ୍ତମାନେ ତାକୁ ବଳ ପୂର୍ବକ ଏକ କାରରେ ବସାଇ ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ। ସେଠାରେ ଜଣକ ପରେ ଜଣେ ତାକୁ ବଳାତ୍କାର କରିଥିଲେ ଓ ଏହାର ଭିଡିଓ ଉତ୍ତୋଳନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories