ଆଇଜଲ : ମିଜୋରମର ରାଜଧାନୀ ଆଇଜଲରେ ମଙ୍ଗଳବାର ସନ୍ଧ୍ୟାରେ ଭୂସ୍ଖଳନରୁ ୩ଟି କୋଠା ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କୋଠା ଭୁଶୁଡ଼ିବା ପରେ ସେଠାରୁ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସ୍ଥାନୀୟ ଏକ ଗୋଷ୍ଠୀ କେନ୍ଦ୍ରରେ ରଖାଯାଇଛି। କୋଠା ଭୁଶୁଡ଼ିବା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ସହରର ଉତ୍ତରପଟରେ ଥିବା ଦୂରତଲାଙ୍ଗ ପାହାଡରୁ ମାଟି ଅତଡ଼ା ଖସି କୋଠାରେ ପିଟି ହୋଇଥିଲା। ଏଥିରେ ୩ଟି କୋଠା ଭୁଶୁଡ଼ି ପଡିଥିଲେ ବୋଲି ଜଣାଯାଇଛି।
ମିଜୋରାମରେ କୋଠା ଭୁଶୁଡ଼ି ୩ ମୃତ, ୧୦ ଆହତ
Popular Categories



