www.samajalive.in
Monday, December 8, 2025
27.1 C
Bhubaneswar

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସରେ ନେତୃତ୍ବ ସଂକଟ ଜାରି ରହିଥିବା ବେଳେ ଦଳର ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ବୁଧବାର ବିଧିବଦ୍ଧ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ତୁରନ୍ତ ନୂତନ ଅଧ୍ୟକ୍ଷ ଚୟନ କରିବା ଉଚିତ ବୋଲି ସେ କହିଛନ୍ତି।
ଟ୍ବିଟରରେ ଉଲ୍ଲେଖ କରିଥିବା ଏକ ବିସ୍ତୃତ ଚିଠିରେ ରାହୁଲ ଲେଖିଛନ୍ତି, ଦେଶର ଜୀବନରେଖା ପ୍ରସ୍ତୁତ କରିଥିବା ବିଚାରଧାରା ତଥା ନୈତିକ ମୂଲ୍ୟବୋଧ ସମ୍ବଳିତ କଂଗ୍ରେସ ପାଇଁ କାମ କରିବା ତାଙ୍କ ନିମନ୍ତେ ସମ୍ମାନର କଥା। ତେବେ ଦଳର ପୁନର୍ଗଠନ ଲାଗି ସାମ୍ପ୍ରତିକ ସମୟରେ କଠୋର ନିଷ୍ପତ୍ତି ନିଆଯିବାର ଆବଶ୍ୟକ ହୋଇପଡିଛି। ୨୦୧୯ ଲୋକସଭା ନିର୍ବାଚନରେ ଦଳର ବିଫଳତା ପାଇଁ ବହୁସଂଖ୍ୟକ ଲୋକ ନିଜକୁ ଦାୟୀ କରିବା ଆବଶ୍ୟକ। ଏଭଳି ସ୍ଥିତି​‌େ​‌ର ଅନ୍ୟର ଭୁଲ ଧରି ନିଜର ଦାୟିତ୍ବ ଖସାଇ ଦେବା ଅନ୍ୟାୟ ହେବ। ଏହି ବିଫଳତା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିବା ସହିତ ଭିବଷ୍ୟତରେ ଦଳର ବିକାଶ ନିମନ୍ତେ ଉତ୍ତରଦାୟୀ ହେବା ଗୁରୁତ୍ବପୂର୍ଣ୍ଣ ବୋଲି ରାହୁଲ ଲେଖିଛନ୍ତି।
ଏହାର କିଛି ସମୟ ପୂର୍ବରୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରର ଦେବା ବେଳେ ରାହୁଲ ସ୍ପଷ୍ଟ କହିଥିଲେ ଯେ ସେ ଏବେ ଆଉ କଂଗ୍ରେସ ଅଧ୍ୟକ୍ଷ ହୋଇ ନାହାନ୍ତି। ଏଣୁ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ​‌ତାହା ଉପରେ ସିଡବ୍ଲ୍ୟୁସି ନିଷ୍ପତ୍ତି ନେବ। ଏଥିରେ ବିଳମ୍ବ ନ କରି କମିଟି ତୁରନ୍ତ ବୈଠକ ଡକାଇ ନୂତନ ଅଧ୍ୟକ୍ଷ ନିର୍ବାଚନ କରିବା ଉଚିତ। ଏହି ପ୍ରକ୍ରିୟାରେ ସେ କୌଣସିଠାରେ ମଧ୍ୟ ସାମିଲ ନାହାନ୍ତି ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ପ୍ରଦାନ କରିଥିଲେ। ଗାନ୍ଧି ପରିବାର ବାହାରୁ ଯେକୌଣସି ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯିବା ଉଚିତ ବୋଲି ସେ କହିଥିଲେ। କିନ୍ତୁ ତାଙ୍କ ଇସ୍ତଫାକୁ ଦଳର ବରିଷ୍ଠ ନେତାମାନେ ଅସ୍ବୀକାର କରିବା ସହିତ ପଦ କାଏମ ରଖିବାକୁ ରାହୁଲଙ୍କୁ ବୁଝାଇଥିଲେ। ବିଭିନ୍ନ ଆଡୁ ଏ ନେଇ ତାଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ରାହୁଲ ଅଧ୍ୟକ୍ଷ ପଦରେ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଟ୍ବିଟର ଚିଠିରେ ରାହୁଲ ଆହୁରି ​‌​‌ଲେଖିଛନ୍ତି କ୍ଷମତା ପାଇଁ ସେ କେବେବି ଲଢେଇ କରି ନ ଥିଲେ। ତାଙ୍କର ବିଜେପି ପ୍ରତି ବି​‌େ​‌ଦ୍ବଶ ବା ଘୃଣା ମଧ୍ୟ ନାହିଁ; କିନ୍ତୁ ବିଜେପି ଯେଭଳି ଭାରତ ଗଠନ କରିବାକୁ ଚାହୁଁଛି ତାହାକୁ ସେ ବିରୋଧ କରୁଛନ୍ତି। ଦେଶ ଓ ଦେଶର ସମ୍ବିଧାନ ଉପରେ ଆକ୍ରମଣ ବିରୋଧରେ ସେ କଂଗ୍ରେସର ସକ୍ରିୟ ସଦସ୍ୟ ଭାବେ ଲଢେଇ ଜାରି ରଖିବେ। ଉଲ୍ଲେଖ ଯେ କଂଗ୍ରେସ ଗତ ଲୋକସଭା ନିର୍ବାଚନରେ ମାତ୍ର ୫୨ଟି ଲୋକସଭା ଆସନ ଲାଭ କରିଛି। ଦଳର ଦୁର୍ଗ ତଥା ଗାନ୍ଧି ପରିବାରର ପାରମ୍ପରିକ ନିର୍ବାଚନ ମଣ୍ଡଳୀ ଆମେଥିରୁ ରାହୁଲ ନିର୍ବାଚନ ହାରିଯାଇଛନ୍ତି। ମେ’ ୨୫ରୁ ସେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ଜିଦ୍‌ ଧରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories