www.samajalive.in
Tuesday, December 9, 2025
16.1 C
Bhubaneswar

ବଜେଟ ପୂର୍ବରୁ କୃଷକଙ୍କୁ ବଡ଼ ଉପହାର, ୧୪ ଖରିଫ ଫସଲର ଏମଏସପି ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବଜେଟ ପୂର୍ବରୁ କୃଷକଙ୍କୁ ବଡ଼ ଉପାହାର ଦେଇଛନ୍ତି। ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି।
ଏହି କ୍ରମରେ ଖରିଫ ଋତୁର ପ୍ରମୁଖ ଫସଲ ଧାନର ଏମଏସପି କ୍ୱିଣ୍ଟାଲ ପ୍ରତି ୬୫ ଟଙ୍କା ବୃଦ୍ଧି କରାଯାଇଛି। ସାଧାରଣ ଧାନର ଏମଏସପି ୧ ହଜାର ୭୫୦ ଟଙ୍କାରୁ ୧ ହଜାର ୮୧୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଏ ଗ୍ରେଡ ଧାନର ଏମଏସପି ୧ ହଜାର ୭୭୦ ଟଙ୍କାରୁ ବୃଦ୍ଧି ପାଇ ୧ ହଜାର ୮୩୫ ଟଙ୍କାରେ ପହଞ୍ଚିଛି। ହରଡ଼ ଡାଲିର ଏମଏସପି କ୍ୱିଣ୍ଟାଲ ପ୍ରତି ୧୨୫ ଟଙ୍କା ବୃଦ୍ଧି କରାଯାଇଛି। ହରଡ଼ ଡାଲି କ୍ୱିଣ୍ଟାଲ ପ୍ରତି ୬,୯୭୫ ଟଙ୍କାରୁ ବୃଦ୍ଧି ପାଇ ୫,୮୦୦ ଟଙ୍କାରେ ପହଞ୍ଚିଛି। ଏମଏସପି ୭୫ ଟଙ୍କା ବୃଦ୍ଧି ସହ ମୁଗ ଦର କ୍ୱିଣ୍ଟାଲ ପ୍ରତି ୬,୯୭୫ ଟଙ୍କାରୁ ବୃଦ୍ଧି ପାଇ ୭,୦୫୦ ଟଙ୍କାରେ ପହଞ୍ଚିଛି। ଏମଏସପି କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ସହ ବିରି କ୍ୱିଣ୍ଟାଲ ପ୍ରତି ୫,୬୦୦ରୁ ବୃଦ୍ଧି ପାଇ ୫,୭୦୦ ଟଙ୍କାରେ ପହଞ୍ଚିଛି। ବାଦାମ ଏମଏସପି କ୍ୱିଣ୍ଟାଲ ପ୍ରତି ୨୦୦ ଟଙ୍କା ବୃଦ୍ଧି ପାଇଛି। ବାଦାମ କ୍ୱିଣ୍ଟାଲ ପ୍ରତି ୪,୮୯୦ରୁ ୫,୦୯୦ ଟଙ୍କାକୁ ବୃଦ୍ଧି ପାଇଛି। ଏମଏସପି କ୍ୱିଣ୍ଟାଲ ପ୍ରତି ୨୫୩ ଟଙ୍କା ବୃଦ୍ଧି ସହ ସୋଲା ଦର ୨,୮୯୭ ଟଙ୍କାରୁ ବୃଦ୍ଧି ପାଇ ୩,୧୫୦ ଟଙ୍କାରେ ପହଞ୍ଚିଛି। ସୋୟାବିନ ଏମଏସପି କ୍ୱିଣ୍ଟାଲ ପ୍ରତି ୩୧୧ ଟଙ୍କା ବୃଦ୍ଧି ପାଇଛି। ସୋୟାବିନ କ୍ୱିଣ୍ଟାଲ ପ୍ରତି ୩,୩୯୯ ଟଙ୍କାରୁ ବୃଦ୍ଧି ପାଇ ୩,୭୧୦ ଟଙ୍କାରେ ପହଞ୍ଚିଛି। ସୂର୍ଯ୍ୟମୁଖୀ ତେଲ ଦର କ୍ୱିଣ୍ଟାଲ ପ୍ରତି ୨୬୨ ଟଙ୍କା ବୃଦ୍ଧି ପାଇଥିବାବେଳେ କପା ମଧ୍ୟମ ଏମଏସପି କ୍ୱିଣ୍ଟାଲ ପ୍ରତି ୧୦୫ ଟଙ୍କା ଓ କପା ଦୀର୍ଘ ଏମଏସପି କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories