www.samajalive.in
Wednesday, December 10, 2025
15.1 C
Bhubaneswar

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ବର : ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଛି। ବିଦ୍ୟାର୍ଥୀମାନେ ୬ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ। ଏଥିପାଇଁ ମଙ୍ଗଳବାର ଅପରାହ୍ଣରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ସାମ୍ସ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିଲା।
ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମ ପାଇଁ ପ୍ରଥମ ପର୍ୟ୍ୟାୟ କଟ୍‍ ଅଫ୍‍ ମାର୍କ ପ୍ରକାଶ ପାଇଥିଲା। କଳା ପାଠ୍ୟକ୍ରମରେ ବିଜେବି କନିଷ୍ଠ ମହାବିଦ୍ୟାଳୟର କଟ୍‌ଅଫ୍‌ ମାର୍କ ଚଳିତ ବର୍ଷ ସର୍ବାଧିକ ୭୧.୧୭ ପ୍ରତିଶତ, ବିଜ୍ଞାନରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ସର୍ବାଧିକ ୯୦ପ୍ରତିଶତ ଓ ବାଣିଜ୍ୟରେ ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲର କଟ୍ଅରଫ୍‍ ମାର୍କ ୮୦.୬ ପ୍ରତିଶତ ରହିଛି। କଳା ପାଠ୍ୟକ୍ରମରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟ କଟ୍‌ଅଫ୍‌ ମାର୍କ ଦ୍ବିତୀୟ ସ୍ଥାନରେ ଥିବାବେଳେ ବିଜ୍ଞାନରେ ପ୍ରଥମ ଓ ବାଣିଜ୍ୟରେ ତୃତୀୟ ସ୍ଥାନରେ ରହିଛି।
ବିଜେବି କନିଷ୍ଠ ମହାବିଦ୍ୟାଳୟ କଳାରେ ରାଜ୍ୟରେ ସର୍ବାଗ୍ରେ ଥିବାବେଳେ ଦ୍ୱିତୀୟରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟ ରହିଛି। ଏହି ଶିକ୍ଷାନୁଷ୍ଠାନର କଟ୍‌ଅଫ୍‌ ମାର୍କ ୭୦.୧୭ପ୍ରତିଶତ ରହିଛି। ତୃତୀୟରେ ପତିତପାବନ ହାୟର ସେକେଣ୍ଡାରୀ କଲେଜରେ ଏହା ୬୮.୫ପ୍ରତିଶତ ରହିଛି। ସେହିପରି ଚତୁର୍ଥରେ ମଧ୍ୟ ନରସିଂହପୁର ହାୟର ସେକେଣ୍ଡାରୀ ସ୍କୁଲ ଓ ପଞ୍ଚମରେ ଶୈଳବାଳା ମହିଳା କନିଷ୍ଠ ମହାବିଦ୍ୟାଳୟ ୬୮ପ୍ରତିଶତ କଟ୍‍ ଅଫ୍‍ ମାର୍କ ରହିଛି।
ବିଜ୍ଞାନ ପାଠ୍ୟକ୍ରମରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟରେ ରାଜ୍ୟରେ ସର୍ବାଧିକ ୯୦ପ୍ରତିଶତ କଟ୍ଅଞଫ୍‍ ମାର୍କ ରହିଛି। ଦ୍ବିତୀୟରେ ବିଜେବି କଲେଜରେ ୮୮.୬୭ ପ୍ରତିଶତ ରହିଥିବା ବେଳେ ତୃତୀୟରେ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ହାୟର ସେକେଣ୍ଡାରୀ ସ୍କୁଲରେ କଟ୍ଅ.ଫ୍‍ ମାର୍କ ୮୭.୬୭ ପ୍ରତିଶତ ରହିଛି। ଚତୁର୍ଥରେ ଉପେନ୍ଦ୍ରନାଥ ହାୟର ସେକେଣ୍ଡାରୀ ସ୍କୁଲରେ‌ ୮୫.୧୭ପ୍ରତିଶତ ଓ ପଞ୍ଚମରେ କଟକର ଜେକେବିକେ କନିଷ୍ଠ ମହାବିଦ୍ୟାଳୟରେ‌ ୮୩.୮୩ ପ୍ରତିଶତ କଟ୍ଅ୧ଫ୍‍ ମାର୍କ ରହିଛି।
‌ବାଣିଜ୍ୟରେ ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲର କଟ୍ଅମଫ୍‍ ମାର୍କ ୮୦.୬ ପ୍ରତିଶତ ରହିଥିଲା ବେଳେ ଦ୍ବିତୀୟରେ ଢେଙ୍କାନାଳ ଇଭ୍‌ନିଂ କଲେଜରେ ୭୬.୧୭ ପ୍ରତିଶତ ରହିଛି। ତୃତୀୟରେ ରେଭେନ୍ସା କଲେଜର କଟ୍ଅକଫ୍‌ ମାର୍କ ୭୬ ପ୍ରତିଶତ ରହିଛି। ଚତୁର୍ଥରେ ବିଜେବି କଲେଜର ୭୩.୩୩ ପ୍ରତିଶତ ଥିବା ବେଳେ ପଞ୍ଚମରେ ଟାଇମ୍ସ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍‍ ସାଇନ୍ସ ଆଣ୍ଡ କମର୍ସର ୭୨.୬୭ ପ୍ରତିଶତ କଟ୍‍ ଅଫ୍‍ ମାର୍କ ରହିଛି।
ଯୁକ୍ତଦୁଇ ସଂସ୍କୃତରେ ସ୍ୱାମୀ ଶିବାନନ୍ଦ ସଂସ୍କୃତ ହାୟର ସେକେଣ୍ଡାରୀ ସ୍କୁଲର କଟଅଫ୍‍ ମାର୍କ ୫୧.୮୩ ପ୍ରତିଶତ ଓ ଦ୍ବିତୀୟରେ ଧ୍ରୁବଚରଣ ସଂସ୍କୃତ ହାୟର ସେକେଣ୍ଡାରୀ ସ୍କୁଲର ୫୦ ପ୍ରତିଶତ ରହିଛି। ଧନ୍ଦାମୂଳକ ଶିକ୍ଷା ପାଇଁ ସରକାରୀ ଭୋକେସନାଲ ହାୟର ସେକେଣ୍ଡାରୀ ସ୍କୁଲ, କୁଆଁପାଳର କଟ୍ଅିଫ୍‍ ମାର୍କ ୭୭.୩୩ ପ୍ରତିଶତ ରହିଛି। ରାଜ୍ୟରେ ସମୁଦାୟ ୪ ଲକ୍ଷ ୬ ହଜାର ୧୭୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ପଞ୍ଜୀକରଣ କରିଥିବାବେଳେ ୩ ଲକ୍ଷ ୭୫ ହଜାର ୯୬୧ ଜଣ ଅନ୍ଲା୍ଇନ୍ରେ ଆବେଦନ କରିଛନ୍ତି। ସମୁଦାୟ ୩ ଲକ୍ଷ ୬୬ ହଜାର ୦୩୬ ଜଣ ଅନ୍ଲା୍ଇନ୍ରେନ ଦେୟ ପୈଠ କରିଛନ୍ତି। ୨ ଲକ୍ଷ ୩୩ ହଜାର ୬୪୯ ଜଣ ଛାତ୍ରଛାତ୍ରୀଙ୍କ କମନ୍‍ ଆପଲିକେସନ୍‍ ଫର୍ମ(କ୍ୟାଫ୍‍) ଅଟୋ ଭ୍ୟାଲିଡେଟେଡ୍‍ ହାଇଥିବାବେଳେ ଏକ ଲକ୍ଷ ୩୯ ହଜାର ୮୪୪ ଜଣଙ୍କ ଆବେଦନ ପତ୍ର ଗ୍ରହଣ ହୋଇଛି।
ରାଜ୍ୟରେ ସାଧାରଣ କନିଷ୍ଠ ମହାବିଦ୍ୟାଳୟ, ଧନ୍ଦାମୂଳକ ଶିକ୍ଷା କଲେଜ ଓ ସଂସ୍କୃତ କଲେଜକୁ ମିଲାଇ ମୋଟ ୧୯୩୨ ଟି ଜୁନିୟର କଲେଜ ରହିଛି। ଚଳିତବର୍ଷ ମୋଟ ୩ଲକ୍ଷ ୭୫ହଜାର ୯୬୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣଙ୍କୁ ମନୋନୟନ କରାଯାଇଛି। ସେମାନଙ୍କ ମଧ୍ୟରୁ କଳାରେ ୨ଲକ୍ଷ ୧୯ହଜାର ୧୦ଜଣ, ବିଜ୍ଞାନରେ ୮୧ହଜାର ୧୯୭, ବାଣିଜ୍ୟରେ ୨୨ହଜାର ୩୫୭, ସଂସ୍କୃତରେ ୬ହଜାର ୩୧୯ ଏବଂ ଧନ୍ଦାମୂଳକଶିକ୍ଷା ପାଇଁ ୪ହଜାର ୬୯୦ଜଣ ଛାତ୍ରଛାତ୍ରୀ ରହିଛନ୍ତି। ୨୦୧୯-୨୦ଶିକ୍ଷାବର୍ଷ ନାମଲେଖା ପାଇଁ ଆବେଦନ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ମୋଟ ଉପରେ ୭୪.୪୦ପ୍ରତିଶତ ପିଲାଙ୍କୁ ପ୍ରଥମ ପର୍ୟ୍ୟାୟ ଲାଗି ମନୋନୀତ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories