www.samajalive.in
Wednesday, December 10, 2025
18.1 C
Bhubaneswar

ଯୋଗୀ ଆଦିତ୍ୟନାଥଙ୍କ ଆଦେଶକୁ ଅସାମ୍ବିଧାନିକ ଦର୍ଶାଇଲା ମୋଦୀ ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୧୭ଟି ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କୁ ଅନୁସୂଚିତ ଜାତି(ଏସସି) ବର୍ଗରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏହି ଆଦେଶକୁ ବେଆଇନ ବୋଲି ଦର୍ଶାଇଛି ।ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଥାବର ଚନ୍ଦ ଗେହଲଟ କହିଛନ୍ତି ଯେ, ସେ ଉତ୍ତର ପ୍ରଦେଶ ସରକାରଙ୍କୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିନେବାକୁ କହିଛନ୍ତି। କାରଣ ଏହା ଆଇନ ଅନୁସାରେ ଉଚିତ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ। କାରଣ ଏହା ସଂସଦର ବିଶେଷ ଅଧିକାର ଏବଂ କୌଣସି ବିଧି ନ୍ୟାୟାଳୟରେ ମାନ୍ୟ ନୁହେଁ।

ମଙ୍ଗଳବାର ରାଜ୍ୟସଭାର ଶୂନ୍ୟକାଳରେ ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା ଉତ୍ତରପ୍ରଦେଶର ୧୭ଟି ପଛୁଆ ଜାତିକୁ ଅନୁସୂଚିତ ଜାତିରେ ସାମିଲ କରିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ୩ଦିନ ପୂର୍ବରୁ ୧୭ଟି ଜାତିକୁ ଓବିସି ତାଲିକାର ବାଦ୍‌ ଦେଇ ଏସସି ତାଲିକାରେ ସାମିଲ କରିଥିଲେ। ଏହା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ ବିରୋଧୀ ବୋଲି କହିଥିଲେ।

- Advertisement -

ମିଶ୍ରାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଗେହଲଟ କହିଥିଲେ ଯେ, କୌଣସି ଜାତିକୁ ଅନ୍ୟ କୌଣସି ଜାତିରେ ସାମିଲ କରିବା କାର୍ଯ୍ୟ ସଂସଦର। ଯଦି ଉତ୍ତରପ୍ରଦେଶ ସରକାର ଏସବୁ ଜାତିକୁ ଓବିସିରୁ ଅଲଗା କରି ଏସସିରେ ସାମିଲ କରିବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ରହିଛି। ରାଜ୍ୟ ସରକାର ଏ ନେଇ ପ୍ରସ୍ତାବ ଦେଲେ ଆମେ ତାହା ଉପରେ ବିଚାର କରିବୁ। କିନ୍ତୁ ଏବେ ଯେଉଁ ଆଦେଶ ଜାରି କରାଯାଇଛି ତାହା ସମ୍ବିଧାନିକ ନୁହେଁ। କାରଣ ଏହା ପ୍ରତିବାଦରେ ଯଦି କେହି କୋର୍ଟ ଯାଆନ୍ତି, ତେବେ ସେହି ଆଦେଶକୁ କୋର୍ଟ ରଦ୍ଦ କରିଦେବେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories