www.samajalive.in
Sunday, December 7, 2025
26.1 C
Bhubaneswar

କଂଗ୍ରେସରୁ ଅଶ୍ବିନୀ ପୂଜାହାରୀଙ୍କ ଇସ୍ତଫା

ଭୁବନେଶ୍ବର : ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ସମ୍ବଲପୁର ଭିମସାର ମେଡ଼ିକାଲ କଲେଜର ପୂର୍ବତନ ନିର୍ଦ୍ଦେଶକ ଡ. ଅଶ୍ୱିନୀ ପୂଜାହାରୀ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଜିଲା ସଭାପତି ଓ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏ ନେଇ ଡ. ପୂଜାହାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିକଟ ଅତୀତରେ ଅନୁଷ୍ଠିତ କଂଗ୍ରେସର ସମୀକ୍ଷା ବୈଠକରେ ଦଳୀୟ କର୍ମୀମାନେ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଦୁର୍ବ୍ୟବହାର ଓ ଗାଳିଗୁଲଜ ଅଭିଯୋଗ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ଚଳିତ ନିର୍ବାଚନରେ ଅଶ୍ୱିନୀ ପୂଜାହାରୀ କଂଗ୍ରେସରୁ ଟିକେଟ୍‌ ପାଇ ସମ୍ବଲପୁର ବିଧାନସଭା ଆସନ ପାଇଁ ଲଢ଼ିଥିଲେ। ମାତ୍ର ଏଥିରେ ସେ ପରାସ୍ତ ହୋଇଥିଲେ।
ସୂଚନାଯୋଗ୍ୟ, ଅଶ୍ୱିନୀ ପୂଜାହାରୀ ମାର୍ଚ୍ଚ ୨୪ ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories