www.samajalive.in
Saturday, December 6, 2025
26.1 C
Bhubaneswar

ସୁଖ ଓ ସମୃଦ୍ଧି ପ୍ରାପ୍ତିର ସରଳ ଉପାୟ  

ଜୀବନକୁ ସୁଖମୟ କରିବା ପାଇଁ ନିତିଦିନ ଭଗବାନଙ୍କୁ ପୂଜା କରୁ । କିନ୍ତୁ ଗ୍ରହ ଚଳନର ପରିବର୍ତ୍ତନ ଦ୍ୱାରା ଜୀବନ କଷ୍ଟ ଆସିଥାଏ । ଗ୍ରହର ଅନିଷ୍ଟଦାୟକ ପରିସ୍ଥିତକୁ ମଙ୍ଗଳମୟ କରିବା ପାଇଁ ଆମେ ଆପଣଙ୍କୁ ବତାଇବୁ କିଛି ସରଳ ଉପାୟ…..

୧. ଅଶ୍ୱତ୍‍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର ଚଢାଇ ବା ଢାଳି ସାତ ଥର ପରିକ୍ରମା କରନ୍ତୁ । ଏହା ସହ ସୂର୍ଯ୍ୟ, ଶଙ୍କର ଓ ଅଶ୍ୱତ୍‍ଥ ବୃକ୍ଷକୁ ବିଧିବଦ୍ଧ ଭାବରେ ପୂଜା କରିବେ । ଏହାଦ୍ୱାରା ରାହୁ, କେତୁ, ଶନି ଓ ପିତୃ ଦୋଷ ନିବାରଣ ହୋଇଥାଏ।

- Advertisement -

୨. ପ୍ରଭାତରୁ ଉଠି ମାତା, ପିତା ଓ ଘରର ଗୁରୁଜନଙ୍କୁ ପ୍ରଣାମ କରି ଆର୍ଶୀବାଦ ପ୍ରାପ୍ତ କରିବା ସହ ୫ଟି ସୁଗନ୍ଧିତ ଅଗରବତି ଜଳାଇଲେ ଦିନର ଆରମ୍ଭ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି।

୩. ପ୍ରତିଦିନ ଗାଈକୁ ଗୁଡ ଓ ରୁଟି ଦେବା ସହ ଗାଈ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ।

୪. କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ ପ୍ରତିଦିନ ପକ୍ଷୀମାନଙ୍କୁ ଦାନା ପକାଇଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

୫. ଘରକୁ ଆସୁଥିବା ଅତିଥିଙ୍କୁ ନିସ୍ୱାର୍ଥପର ମନୋଭାବରେ ଚର୍ଚ୍ଚା କରନ୍ତୁ କାରଣ ଅତିଥି ଦେବତା ତୁଲ୍ୟ ।

୬. ସକାଳେ ରୋଷେଇ କରିବା ସମୟରେ ଗୋଟିଏ ରୁଟି ଅଗ୍ନିଦେବତାଙ୍କ ନାମରେ ପ୍ରସ୍ତୁତ କରି ଘିଅ ଓ ଗୁଡ ସହ ବୃହସ୍ପତିଙ୍କୁ ଅର୍ପଣ କରନ୍ତୁ । ଏହା ବାସ୍ତୁ ପୁରୁଷଙ୍କୁ ଭୋଗ ଲଗାଇବା ସହ ସମାନ ହୋଇଥାଏ। ଏହା ଦ୍ୱାରା ଅଗ୍ନିଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି।

୭. ପ୍ରାତଃରୁ ସ୍ନାନ ସାରି ଭଗବାନ ଶଙ୍କରଙ୍କ ଶିବଲିଙ୍ଗ ଉପରେ ଜଳ ଚଢାଇ ୧୦୮ ଥର ଓଁ ନମ ଶିବାୟ ମନ୍ତ୍ର ଜପ କରି ନମସ୍କାର କରିବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

୮. ସକାଳୁ ସ୍ନାନ ସାରି ସୂର୍ଯ୍ୟ ଭଗବାନଙ୍କୁ ଲାଲ ରଙ୍ଗର ପୁଷ୍ପ ଚଢାଇ ନମସ୍କାର କରନ୍ତୁ।

୯. ନିଜ ସାମର୍ଥ୍ୟ ଅନୁଯାୟୀ ଗରିବମାନଙ୍କୁ କିଛି ଦାନ ଦିଅନ୍ତୁ।

୧୦.ପିତୃଦୋଷରୁ ମୁକ୍ତି ପାଇଁ ନତିଦିନ ମହାଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories