www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହେଲେ ୩ ନେତା

ଭୁବନେଶ୍ୱର : ଓଡ଼ିଶାରୁ ରାଜ୍ୟସଭାକୁ ଶୁକ୍ରବାର ବିଜେଡିର ୨ ଓ ବିଜେପିର ଜଣେ ନେତା ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ଅମର ପଟ୍ଟନାୟକ ଓ ସସ୍ମିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲାବେଳେ ବିଜେପି ଅଶ୍ୱିନ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଥିଲା। ଜୁନ ୧୮ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ୨୫ରେ ଶେଷ ହୋଇଥିଲା। ଜୁନ ୨୮ ପ୍ରାର୍ଥିପତ୍ର ଯାଞ୍ଚର ଶେଷ ତାରିଖ ହୋଇଥିଲା। ତେବେ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ୩ ନେତା ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି।
ପ୍ରକାଶ ଯେ ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଓ ସସ୍ମିତ ପାତ୍ର ବିଜେଡି ମୁଖପାତ୍ର ଅଛନ୍ତି। ସେହିପରି ପୂର୍ବତନ ଆଇଏଏସ୍‍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଅଟ୍ଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ସହ କଥା ହେବା ପରେ ନବୀନ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ ।
ରାଜ୍ୟସଭାରେ ଓଡ଼ିଶାର ୪ଟି ଆସନ ଖାଲିପଡ଼ିଛି। ତେବେ ୩ଟି ଆସନରେ ଉପନିର୍ବାଚନ ପାଇଁ ଜୁନ ୧୮ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାସହ ସେହିଦିନଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ଦାଖଲ ପାଇଁ ଜୁନ୍‍ ୨୫ ଶେଷ ତାରିଖ ଥିଲା । ଆବଶ୍ୟକ ପଡ଼ିଲେ ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ମତଦାନର ଆବଶ୍ୟକତା ପଡିନାହିଁ ।
ଉଲ୍ଲେଖଯୋଗ୍ୟ ଯେ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ କେଶରୀ ଦେବ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା ।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories