www.samajalive.in
Wednesday, December 10, 2025
26.1 C
Bhubaneswar

ମୋଦୀଙ୍କୁ ଭୋଟ ଦେଲ, ମୁଁ କାହିଁକି କାମ କରିବି: ଏଚ. ଡ଼ି. କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ. ଡ଼ି. କୁମାରସ୍ୱାମୀଙ୍କ ରାୟଚୁର ଗସ୍ତ ସମୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ୟେରମାରସ ଥର୍ମାଲ ପାୱାର ଷ୍ଟେସନ କର୍ମଚାରୀଙ୍କ ଦ୍ୱାରା ରାସ୍ତା ରୋକ ମାହାଙ୍ଗା ସାବ୍ୟସ୍ତ ହୋଇଛି। କର୍ମଚାରୀଙ୍କ ଏକ ଗୋଷ୍ଠୀ କୁମାରସ୍ୱାମୀଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ସେ କର୍ମଚାରୀଙ୍କ ଉପରେ ରାଗି ଯାଇଥିଲେ। ମୁଖ୍ୟମନ୍ତ୍ରୀ ଗ୍ରାମ ପ୍ରବେଶ କାର୍ଯ୍ୟକ୍ରମ ପାଇଁ ରାୟଚୁରରେ ଥିବା ବେଳେ ସେହି କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଥର୍ମାଲ ପାୱାର ଷ୍ଟେସନ ସ୍ଥାପନ ବେଳେ ଜମି ବଦଳରେ ନିଯୁକ୍ତି ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପୂରଣ ହୋଇନଥିବା ଜଣାପଡିଛି। ତେବେ ସେମାନଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ ଦେଲେ କିନ୍ତୁ ଚାହୁଁଛନ୍ତି କାମ ମୁଁ କରିବି। ଆପଣ ଚାହୁଁଛନ୍ତି ମୁଁ ଆପଣଙ୍କ ଆଦର କରିବି।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣଙ୍କୁ ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ବିଏସ ୟେଦୁରପା। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯାଉଥିବା ଲୋକଙ୍କ ସହ ଏଭଳି ବ୍ୟବହାର ପ୍ରଦର୍ଶନ ଲୋକତନ୍ତ୍ରରେ ଗ୍ରହଣୀୟ ନୁହେଁ। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ଯେ ସେ ଏହି ମାମଲାର ସମାଧାନ ପାଇଁ ସେ ୧୫ ଦିନ ସମୟ ନେଇଥିଲେ କିନ୍ତୁ ବିକ୍ଷୋଭକାରୀମାନେ ରାସ୍ତା ଜାମ କରିଦେଇଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories