www.samajalive.in
Tuesday, December 9, 2025
16.1 C
Bhubaneswar

ଆସାମ: ଏନଆରସିରୁ ବାଦ୍‌ ପଡ଼ିଲେ ଆହୁରି ୧ ଲକ୍ଷ ଲୋକ

ଗୁଆହାଟୀ: ଆସାମର ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି) ଚିଠାରୁ ଆହୁରି ୧ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ବୁଧବାର ସରକାରଙ୍କ ପକ୍ଷରୁ ଏକ ନୂଆ ତାଲିକା ପ୍ରକାଶ ପାଇବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ନାଗରିକତା ନିୟମ କାର୍ଯ୍ୟକ୍ରମର କ୍ଲଜ ୫ରେ ରହିଥିବା ପ୍ରାବଧାନ ଅନୁସାରେ ୧ ଲକ୍ଷ ୨ ହଜାର ୪୬୨ ଲୋକଙ୍କର ଏକ ଅତିରିକ୍ତ ଚିଠା ତାଲିକା ପ୍ରକାଶ କରାଯାଇଥିବା ଏନଆରସିର ରାଜ୍ୟ ସଂଯୋଜକ ଏକ ବିବୃତି ଜାରି କରିଛନ୍ତି। ବିବୃତିରେ ଲୋକଙ୍କୁ ବାଦ୍‌ ଦିଆଯିବାର ୩ଟି କାରଣ ଦର୍ଶାଯାଇଛି।

ସୂଚୂନା ମୁତାବକ, ସୁପ୍ରିମକୋର୍ଟ ଏହି ପ୍ରକ୍ରିୟାର ଯାଞ୍ଚ କରୁଛନ୍ତି। ଯେଉଁମାନଙ୍କୁ ବିଦେଶୀ ଘୋଷଣା କରାଯାଇଛି ଏବଂ ସେମାନଙ୍କ ଦାୟାଦମାନଙ୍କୁ ଏନଆରସିରୁ ବାଦ ଦିଆଯିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ଯେଉଁ ସନ୍ଦିଗ୍ଧ ବ୍ୟକ୍ତି ବା ଭୋଟରଙ୍କ ନାମରେ ବିଦେଶୀମାନଙ୍କ ପାଇଁ ରହିଥିବା ଟ୍ରିବ୍ୟୁନାଲରେ ମାମଲା ବିଚାରାଧୀନ ରହିଛି, ମାମଲାର ଶୁଣାଣି ନ ସରିବା ଯାଏ ସେମାନଙ୍କ ନାମ ସ୍ଥଗିତ ରଖାଯିବାକୁ କୋର୍ଟ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୧୮ ଜୁଲାଇ ୩୦ରେ ଜାତୀୟ ନାଗରିକତା ପଞ୍ଜୀକରଣ ଚିଠା ପ୍ରକାଶ ପାଇଥିଲା। ଏଥରେ ୪୦ ଲକ୍ଷ ୭ ହଜାର ୭୦୭ ଜଣଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୩୬ ଲକ୍ଷ ଲୋକ ଏହାର ପ୍ରତିବାଦରେ ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories