www.samajalive.in
Sunday, December 7, 2025
16.1 C
Bhubaneswar

ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ମାଇକ ପମ୍ପିଓ

ନୂଆଦିଲ୍ଲୀ: ଇରାନ ସଙ୍କଟ, ଆତଙ୍କବାଦର ଚ୍ୟାଲେଞ୍ଜ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ସେ ଦିଲ୍ଲୀରେ ପହଞ୍ଚିବା ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଏନଏସଏ ଅଜିତ ଡୋଭାଲ ଉପସ୍ଥିତ ଥିଲେ।

ମୋଦୀଙ୍କୁ ଭେଟିବା ପରେ ପମ୍ପଓ ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କର ଏବଂ ଅଜିତ ଡୋଭାଲଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି। ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହା ଉପରେ ସମସ୍ତଙ୍କର ନଜର ରହିଛି। ଏହି ବୈଠକରେ ଜି-୨୦ ଶିଖର ସମ୍ମିଳନୀରେ ହେବାକୁ ଥିବା ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ନେଇ ଏଜେଣ୍ଡା ସ୍ଥିର କରାଯିବ। ପମ୍ପିଓଙ୍କ ସହିତ ଆଲୋଚନା ବେଳେ ଭାରତ ଆତଙ୍କବାଦ, ଇରାନ ଏବଂ ଆଣ୍ଟି ମିଜାଇଲ ସିଷ୍ଟମ ଏସ-୪୦୦ ଉପରେ ନିଜର ନିଷ୍ପତ୍ତି ଆମେରିକାକୁ ଜଣାଇବ। ରୁଷଠାରୁ ଏସ-୪୦୦ କିଣିବା ଲାଗି ଭାରତର ଉଦ୍ୟମକୁ ଆମେରିକା ବିରୋଧ କରୁଛି ଏବଂ ଭାରତକୁ ପ୍ରତିବନ୍ଧକର ଧମକ ଦେଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories