www.samajalive.in
Saturday, December 6, 2025
26.1 C
Bhubaneswar

ନାବାଳକ ଗାଡ଼ି ଚଳାଇଲେ ଜେଲ ଯିବେ ମା’-ବାପା; ନିୟମ ବଦଳାଇବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ଏଣିକି ନାବାଳକ ଗାଡ଼ି ଚଳାଇବା ସମୟରେ ଧରାପଡ଼ିଲେ ତଣ୍ଡ ଗଣିବା ସହ ଦଣ୍ଡ ଭୋଗିବେ ଅଭିଭାବକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଛି। ନାବାଳକମାନେ ଗାଡ଼ି ଚଳାଇଲେ କେବଳ ସେହି ଗାଡ଼ିର ପଞ୍ଜୀକରଣ ରଦ୍ଦ କରାଯିବ ତା’ ନୁହେଁ, ବରଂ ଦୋଷୀ ସାବ୍ୟସ୍ତ ହେଲେ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ୩ମାସ ଜେଲଦଣ୍ଡ ବି ଭୋଗିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟର ଯାନ ସଂଶୋଧନ ବିଲ୍‌କୁ ମଞ୍ଜୁରୀ ମିଳିଛି, ଯେଉଁଥିରେ ଏଭଳି ପ୍ରସ୍ତାବ ରଖାଯାଇଛି।

ସଂଶୋଧିତ ବିଲ୍‌ରେ ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରିବାକୁ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସ ଭଳି ଜରୁରିକାଳୀନ ଯାନକୁ ରାସ୍ତା ନ ଛାଡ଼ିବା ଏବଂ ଅଯୋଗ୍ୟ ସାବ୍ୟସ୍ତ ହେବା ସତ୍ବେ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଲାଗୁ ହେବ। ଓଲା, ଉବର ଭଳି ସଂସ୍ଥା ଡ୍ରାଇଭିଂ ଲାଇସେନ୍ସର ସର୍ତ୍ତ ଉଲ୍ଲଂଘନ କଲେ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିପାରେ। ଅଧିକ ବେଗରେ ଗାଡ଼ି ଚଳାଇଲେ ଏଣିକି ୧ ହଜାର ବଦଳରେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ବିନା ବୀମାରେ ଗାଡ଼ି ଚଳାଇଲେ ୨ ହଜାର ଟଙ୍କା, ହେଲମେଟ ପିନ୍ଧି ନ ଥିଲେ ୧ ହଜାର ଟଙ୍କା ସମେତ ୩ମାସ ପାଇଁ ଲାଇସେନ୍ସ ରଦ୍ଦ କରାଯିବ। ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମାନା ଲାଗୁ କରିବାକୁ ବିଲ୍‌ରେ ପ୍ରସ୍ତାବ ରହିଛି। ଏହାବ୍ୟତୀତ ବିପଦପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ୧ ହଜାର ଟଙ୍କା, ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦ ହଜାର, ଓଭର ଲୋଡିଂ ପାଇଁ ୨୦ ହଜାର, ସିଟ୍‌ ବେଲ୍‌ଟ ନ ବାନ୍ଧିଲେ ୧ ହଜାର ଟଙ୍କା ଜରିମାନା ଲାଗୁ କରିବାକୁ ବ୍ୟବସ୍ଥା ହୋଇଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories