www.samajalive.in
Thursday, December 11, 2025
15.1 C
Bhubaneswar

ରବି ଧାନ ସଂଗ୍ରହ ସଂପର୍କିତ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର – ସୋମବାରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୧୮-୧୯ ରବି ସଂଗ୍ରହଣ ଋତୁରେ ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସୂତ୍ର ବାହାର କରିବା ଲକ୍ଷ୍ୟ ନେଇ ଏହି ସମୀକ୍ଷା ବୈଠକରେ ବିସ୍ତୃତ ଆଲେ।ଚନା ହୋଇଥିଲା । ଚଳିତ ମାସ ୩୦ ତାରିଖ ଧାନ ସଂଗ୍ରହର ଅନ୍ତିମ ଦିବସ ଥିବାରୁ ମନ୍ତ୍ରୀ ଧାନ ସଂଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ଗୁଡ଼ିକୁ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଚଳିତ ରବି ଋତୁ ପାଇଁ ଧାନ ସଂଗ୍ରହଣର ଧାର୍ଯ୍ୟ ଲକ୍ଷ୍ୟ ୧୩,୪୨,୮୫୪.୪୭୮ ମେଟ୍ରିକ୍‌ ଟନ୍‌ ଥିବାବେଳେ ଜୁନ୍‌ ୨୨ ତାରିଖ ସୁଦ୍ଧା ୧୨,୪୨,୭୬୮.୯୫ ମେଟ୍ରିକ୍‌ ଟନ୍‌ ଧାନ ପ୍ୟାକ୍ସଗୁଡ଼ିକ ଦ୍ୱାରା କ୍ରୟ କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୯୩ ପ୍ରତିଶତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୭-୧୮ ରବି ଧାନ ସଂଗ୍ରହଣ ଋତୁରେ ୧୧,୬୪,୮୨୪ ମେଟି୍ରକ୍‌ ଟନ୍‌ ଧାର୍ଯ୍ୟ ଲକ୍ଷ୍ୟ ଥିବାବଳେ ଏହି ସମୟ ସୁଦ୍ଧା ୧୦,୧୬,୪୭୬.୫୧୦ ମେଟି୍ରକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଥିଲା, ଯାହା ଧାର୍ଯ୍ୟ ଲକ୍ଷ୍ୟର ୮୭ ପ୍ରତିଶତ ଥିଲା ।
ଏହି ବୈଠକରେ ଅର୍ଥ, ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ, ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌, ବିଧାୟକ ଦେ ବେ ଶ ଆଚାର୍ଯ୍ୟ, ପିନ୍ଦର ସିଂ, ଶ୍ରୀ ପ୍ରଫୁଲ ସାମଲ ଙ୍କ ସମେତ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କ ମିଶନର ତ ଥା ଶାସନ ସଚିବ ବୀର ବିକ ମ୍ର ୟାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories