ବିଏସ୍ଏନ୍ଏଲ୍ର ଅବସ୍ଥା ଖରାପ , କର୍ମଚାରୀଙ୍କୁ ଦରମା ଦେବା ପାଇଁ ଅର୍ଥ ନାହିଁ
ନୂଆଦିଲ୍ଲୀ . – ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ର କ୍ଷତି ବଢିବାରେ ଲାଗିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କୁ ନିକଟକୁ ଏକ ଜରୁରୀ ପତ୍ର ପଠାଯାଇଛି । ଏଥିରେ କମ୍ପାନୀର କାମ ସ୍ୱଭାବିକ ଭାବେ ଚଳାଇବା ପାଇଁ ଅକ୍ଷମତା ପ୍ରକାଶ କରାଯାଇଛି । ଏପରି କି କର୍ମଚାରୀଙ୍କୁ ଦରମା ଦେବା ପାଇଁ ଟଙ୍କା ନଥିବା କଥା ଦର୍ଶାଯାଇଛି । କ୍ଷତି ଓ ଅର୍ଥର ଅଭାବ ଯୋଗୁଁ ଜୁନ୍ ମାସରେ ପ୍ରାୟ ୮୫୦ କୋଟି ଟଙ୍କା ଦରମା ଦେବା ସମ୍ଭବ ନୁହେଁ ।
କମ୍ପାନୀ ଉପରେ ଏବେ ବି ୧୩ ହଜାର କୋଟି ଟଙ୍କାର ଆଉଟଷ୍ଟାଣ୍ଡିଂ ଲାଇବିଲିଟି ବା ଅର୍ଥ ବାକି ରହିଛି । ଏଥିପାଇଁ ବିଏସ୍ଏନ୍ଏଲ୍ର କାମ ସ୍ୱଭାବିକ ଭାବେ ଚଳାଇବା ସମ୍ଭବ ହେଉନାହିଁ । ବିଏସ୍ଏନ୍ଏଲ୍ର କର୍ପୋରେଟ୍ ବଜେଟ୍ ଏବଂ ବ୍ୟାକିଂ ଡିଭିଜନ୍ର ବରିଷ୍ଠ ପ୍ରବନ୍ଧକ ପୁରନ ଚନ୍ଦ୍ର ଏଥିପାଇଁ ଟେଲିକମ୍ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କୁ ପତ୍ର ଲେଖିଛନ୍ତି । ପ୍ରତିମାସରେ ରାଜସ୍ୱ ଓ ବ୍ୟୟରେ ଦୂରତା ବୃଦ୍ଧି ପାଉଥିବାରୁ ବିଏସ୍ଏନ୍ଏଲ୍କୁ ଚଳାଇବା ପାଇଁ ଅସୁବିଧା ହେଉଛି ।
ଏବେ ବିଏସ୍ଏନ୍ଏଲ୍ରେ ୧.୭ ଲକ୍ଷ କର୍ମଚାରୀ ରହିଛନ୍ତି । କମ୍ପାନୀଙ୍କୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି।
Comments are closed.