www.samajalive.in
Saturday, December 6, 2025
26.1 C
Bhubaneswar

ବାଂଲାଦେଶକୁ ଆଫଗାନିସ୍ତାନ ଅଧିନାୟକଙ୍କ ଚେତାବନୀ; ‘ଆମେ ତ ବିଦା ହେବୁ, ତୁମକୁ ସାଥୀରେ ନେଇ ଯିବୁ’

ଲଣ୍ଡନ: ଚଳିତ କ୍ରିକେଟ ବିଶ୍ଵକପରେ ଆଫଗାନିସ୍ତାନ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ମ୍ୟାଚ ଜିତି ନାହିଁ। ତେଣୁ ଏହି ଦଳ ବିଶ୍ଵକପ୍‌ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଛି। ସୋମବାର ଏହି ଟିମ୍‌ ବାଂଲାଦେଶକୁ ଭେଟିବ। ଏହା ପୂର୍ବରୁ ଦଳର ଅଧିନାୟକ ଗୁଲବଦୀନ ନାୟବ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବାଂଲାଦେଶ ଅଧିନାୟକଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବିଶ୍ଵକପରୁ ଆମେ ବିଦା ହେବୁ, ତୁମକୁ ସାଥୀରେ ନେଇ ଯିବୁ।

ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ଖେଳିଥିବା ସମସ୍ତ ୬ଟି ଯାକ ମ୍ୟାଚରେ ପରାଜିତ ହୋଇଛି। କିନ୍ତୁ ବାଂଲାଦେଶ ନିଜର ଆଶା ହରାଇନାହିଁ। ସେମିଫାଇନାଲ ଦୌଡ଼ରେ ରହିବା ଲାଗି ବାଂଲାଦେଶକୁ ଯେକୌଣସି ପରିସ୍ଥିତିରେ ବି ଆଫଗାନିସ୍ତାନକୁ ହରାଇବାକୁ ପଡ଼ିବ। ଏହି ଟିମ୍‌ ବର୍ତ୍ତମାନ ଭଲ ଫର୍ମରେ ରହିଛି। ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ଭଳି ବଡ଼ ଟିମ୍‌କୁ ବାଂଲାଦେଶ ହରାଇବା ପରେ ଏହାର ମନୋବଳ ଦୃଢ଼ ରହିଛି। ଅନ୍ୟପଟେ ଆଫଗାନିସ୍ତାନ ଟିମ ଭାରତକୁ ଜବରଦସ୍ତ ଟକ୍କର ଦେବା ପରେ ପୂରା ଜୋଶରେ ରହିଛି ଏବଂ ବାଂଲାଦେଶକୁ ହରାଇ ପ୍ରଥମ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଗଣମାଧ୍ୟମ ପକ୍ଷରୁ ଗୁଲବଦୀନଙ୍କୁ ଯେତେବେଳେ ବାଂଲାଦେଶ ସହିତ ଥିବା ମ୍ୟାଚ୍‌ ସମ୍ପର୍କରେ ପଚରାଗଲା, ସେତେବେଳେ ସେ ହସି ହସି କହିଥିଲେ, ‘ହମ୍‌ ତୋ ଡୁବେ ହେଁ ସନମ, ତୁମକୋ ଲେକର ଡୁବେଙ୍ଗେ’। ବାଂଲାଦେଶ ଉଦ୍ଦେଶ୍ୟରେ ଗୁଲବଦୀନଙ୍କ ଏଭଳି ମନ୍ତବ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories