www.samajalive.in
Wednesday, December 10, 2025
26.1 C
Bhubaneswar

ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀ ଉତ୍ସାହିତ

ଭୁବନେଶ୍ବର: ଶୁକ୍ରବାର ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିଛି। ଦୀର୍ଘ ଦିନର ଛୁଟି ପରେ ପିଲାମାନେ ସ୍କୁଲ ଯାଇଛନ୍ତି। ସକାଳ ୧୦ଟାରୁ ସ୍କୁଲଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ସ୍କୁଲ ଖୋଲିବାର ପ୍ରଥମ ଦିନ ଏବଂ କୋହଲା ପାଗ ଯୋଗୁ ଅନେକ ସ୍କୁଲରେ ଉପସ୍ଥାନ କମ୍‌ ରହିଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବି ଉତ୍ସାହ ପରିଲକ୍ଷିତ ହୋଇଛି।

ଅନ୍ୟପଟେ ବାତ୍ୟା ଫନି ଯୋଗୁ ପୁରୀ, ଖୋର୍ଦ୍ଧା ଜିଲାର ଅଧିକାଂଶ ସ୍କୁଲ କ୍ଷତିଗ୍ରସ୍ତ​‌ ହୋଇଥିଲା। ସେଗୁଡ଼ିକ ମଧ୍ୟରୁ ଅନେକ ସ୍କୁଲ ମରାମତି ହୋଇ ନାହିଁ। ଫଳରେ ଶୁକ୍ରବାରଠାରୁ ସ୍କୁଲ ଖୋଲିଥିଲେ ହେଁ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି। ପ୍ରଥମ ଦିନରେ ପିଲାମାନେ ସ୍କୁଲ ଯାଇଥିଲେ ହେଁ ଶ୍ରେଣୀଗୃହ ଅଭାବରୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସରକାର ତୁରନ୍ତ ବିଦ୍ୟାଳୟ ମରାମତି କରି ପାଠପଢ଼ା ପାଇଁ ଉପଯୁକ୍ତ କରିବା ଲାଗି ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି।

- Advertisement -

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ପାଗରେ ପରିବର୍ତ୍ତନ ଆସିଥିବାରୁ ଜୁନ୍ ୨୬ ପରିବର୍ତ୍ତେ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଫନି ପ୍ରଭାବରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ମରାମତି କାମ ଚାଲି ଥିବାବେଳେ ଅଧିକାଂଶ ବିଦ୍ୟାଳୟରେ ମରାମତି ସରିଛି। ଯେଉଁ ବିଦ୍ୟାଳୟରେ ମରାମତି କାମ ସରି ନ ଥିବ, ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ପାଖରେ ଥିବା ବିଦ୍ୟାଳୟକୁ ଆସି ପାଠ ପଢ଼ିବେ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories