www.samajalive.in
Tuesday, December 9, 2025
17.1 C
Bhubaneswar

ଚୀନକୁ ଜବାବ ଦେବ ଭାରତ; ୬ ଅତ୍ୟାଧୁନିକ ବୁଡ଼ା ଜାହାଜ ନିର୍ମାଣ କରିବ

ନୂଆଦିଲ୍ଲୀ: ହିନ୍ଦ ମହାସାଗରରେ ଚୀନ ପଟୁ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଖୁବଶୀଘ୍ର ନିଜର କ୍ଷମତା ବୃଦ୍ଧି କରିବାକୁ ଯାଉଚି। ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରୋଜେକ୍ଟ-୭୫ ଅଧୀନରେ ୬ଟି ଅତ୍ୟାଧୁନିକ ବୁଡ଼ା ଜାହାଜ ନିର୍ମାଣ କରିବା ଲାଗି ଭାରତୀୟ ଯୁଦ୍ଧାସ୍ତ୍ର ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ଇଓଆଇ(ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ) ଜାରି କରିଛି। ଏହି ଅତ୍ୟାଧୁନିକ ବୁଡ଼ାଜାହାଜକୁ କୌଣସି ଦେଶର ରାଡାର ଠାବ କରିପାରିବ ନାହିଁ। ମେକ୍‌ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ବୁଡ଼ାଜାହାଜ ନିର୍ମାଣ ହେବ। ଏହାର ବଜେଟ ପ୍ରାୟ ୪୫ ହଜାର କୋଟି ଟଙ୍କା ରହିଛି। ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରଣ ଅଧୀନରେ ଭାରତରେ ଏସବୁ ନିର୍ମାଣ କରାଯିବ। ଏହି ବୁଡ଼ାଜାହାଜ ଜରିଆରେ ସ୍ଥଳଭାଗ ଉପରେ ସହଜରେ ଆକ୍ରମଣ କରାଯାଇପାରିବ । ସମସ୍ତ ପ୍ରକାର ଯୁଦ୍ଧ, ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ଏବଂ ଗୋଇନ୍ଦା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ନୌସେନା ପାଇଁ ପ୍ରୋଜେକ୍ଟ-୭୫ ଆରମ୍ଭ ହେବାର ୩ ବର୍ଷରୁ ଅଧିକ ସମୟ ବିତିଗଲାଣି। ୨୦୧୭ରେ ୬ଟି ଅତ୍ୟାଧୁନିକ ବୁଡ଼ାଜାହାଜ ନିର୍ମାଣ କରିବାର ମହତ୍ଵାକାଂକ୍ଷୀ ପ୍ରକଳ୍ପ ପାଇଁ ୪ଟି ବିଦେଶୀ କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ। ସେତେବେଳେ ଫ୍ରାନ୍ସ କମ୍ପାନୀ ନାୱନ ଗ୍ରୁପ, ରୁଷର ରୋସୋବୋରୋନ ଏକ୍ସପୋର୍ଟ୍ସ ରୁବିନ ଡିଜାଇନ ବ୍ୟୁରୋ, ଜର୍ମାନୀର ଥିସେନକୃପ ମରିନ ସିଷ୍ଟମ୍ସ ଏବଂ ସ୍ବିଡେନର ସାବ ଗ୍ରୁପ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଏଥର ବି ଉକ୍ତ କମ୍ପାନୀଗୁଡ଼ିକ ପ୍ରମୁଖ ଦାବିଦାର ହୋଇପାରନ୍ତି ବୋଲି ଆଶା କରାଯାଉଛି। ଏହିସବୁ କମ୍ପାନୀଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏକୁ ଟେଣ୍ଡର ଦିଆଯାଇପାରେ। ତେବେ କମ୍ପାନୀକୁ ମେକ୍‌ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ବୁଡ଼ାଜାହାଜ ଭାରତରେ ନିର୍ମାଣ କରିବାକୁ ପଡ଼ିବ। ବିଦେଶୀ କମ୍ପାନୀଗୁଡ଼ିକ ସହିତ ମିଶି ଏକତ୍ର କାମ କରିବା ସହିତ ଦେଶରେ ବୁଡ଼ାଜାହାଜ ଏବଂ ଯୁଦ୍ଧ ବିମାନ ନିର୍ମାଣ ଆଦି ପ୍ଲାଟଫର୍ମ ଗଢ଼ିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories