www.samajalive.in
Monday, December 8, 2025
27.1 C
Bhubaneswar

ହାଜତ ମୃତ୍ୟୁ ମାମଲା: ବହିଷ୍କୃତ ଆଇପିଏସ ଅଧିକାରୀଙ୍କୁ ଆଜୀବନ ଜେଲ

ଅହମଦାବାଦ: ଏକ ହାଜତ ମୃତ୍ୟୁ ମାମଲାରେ ଗୁଜରାଟର ଜାମନଗର କୋର୍ଟ ବହିଷ୍କୃତ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟ ଏବଂ ତାଙ୍କ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୧୯୯୦ରେ ଜାମନଗରରେ ଭାରତ ବନ୍ଦ ପାଳନ ଅବସରରେ ହିଂସା ସୃଷ୍ଟି ହୋଇଥିଲା। ଭଟ୍ଟ ସେତେବେଳେ ଜାମନଗରର ସହକାରୀ ଏସପି ଥିଲେ। ଏହି ସମୟରେ ୧୩୩ ଜଣଙ୍କୁ ପୁଲିସ ଗିରଫ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ୨୫  ଜଣ ଆହତ ହୋଇଥିଲେ ଏବଂ ୮ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଜଣେ ଅଭିଯୁକ୍ତ ପ୍ରଭୁଦାସ ମାଧବଜୀ ବୈଶନାନୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଭଟ୍ଟ ଏବଂ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଅଭିଯୁକ୍ତଙ୍କୁ ହାଜରରେ ମାରପିଟ୍‌ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଗୁଜରାଟ ସରକାର ମାମଲା ଚାଲିବାକୁ ଅନୁମତି ଦେଇ ନ ଥିଲେ। ପରେ ୨୦୧୧ରେ ରାଜ୍ୟ ସରକାର ଭଟ୍ଟଙ୍କ ବିରୋଧରେ ମାମଲାର ବିଚାର ପ୍ରକ୍ରିୟା ପାଇଁ ଅନୁମତି ଦେଇଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories