www.samajalive.in
Monday, December 8, 2025
13.1 C
Bhubaneswar

ଓଜେଇଇ ଫଳ ପ୍ରକାଶ; ୨୬,୬୬୬ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ଵର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇଛି। ମୋଟ ୨୬ ହଜାର ୬୭୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବାଦ୍‌ ଦେଇ ଅବଶିଷ୍ଟ ୨୬ ହଜାର ୬୬୬ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ଏମବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର ହୋଇଥିବାବେଳେ ଏମସିଏରେ ସ୍ମିତାରାଣୀ ଚୌଧୁରୀ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ରାଙ୍କ ହାସଲ କରିଛନ୍ତି। ସେହିପରି ଏମ. ଟେକ୍‌ରେ ପ୍ରଦୀପ କୁମାର ବାରିକ, ଏମ. ଫାର୍ମାରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ, ବି. ଫାର୍ମାରେ ସମୀର କୁମାର ପାଢ଼ୀ, ଲାଟେରାଲ ଏଣ୍ଟ୍ରି ଫାର୍ମାସୀରେ ଅମିତ କୋଟାଲ, ଲାଟେରାଲ ଏଣ୍ଟ୍ରି ବିଏସ୍‌ସିରେ ଭବାନୀ ଶଙ୍କର ବେହେରା, ଇଣ୍ଟିଗ୍ରେଟେଡ ଏମବିଏରେ ସ୍ବୀକୃତି ମହାପାତ୍ର, ଲାଟେରାଲ ଏଣ୍ଟ୍ରି ଏମସିଏରେ ସୁମନ୍ତ ପାତ୍ର ଟପ୍ପର ହୋଇଛନ୍ତି। ରାଙ୍କ ପାଇ ନ ଥିବା ୬ଛାତ୍ରଛାତ୍ରୀ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories