www.samajalive.in
Monday, December 8, 2025
13.1 C
Bhubaneswar

ହଂକଂରେ ପ୍ରତ୍ୟର୍ପଣ ବିଲକୁ ବିରୋଧ; ପୁଲିସର ରବର ଗୁଳି ମାଡ଼ରେ ୭୯ ଆହତ, ୨ ଗୁରୁତର

ହଂକଂ : ହଂକଂରେ ପ୍ରସ୍ତାବିତ ପ୍ରତ୍ୟର୍ପଣ ବିଲ୍‍ ବିରୋଧରେ ୪ ଦିନ ହେବ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ବିଲ୍‍କୁ ଫେରାଇ ନେବା ପାଇଁ ସରକାରଙ୍କୁ ବୁଧବାର ସକାଳ ୭ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ। ସମୟ ସୀମା ଅତିକ୍ରମ ହେବା ପରେ ପ୍ରବଳ ବର୍ଷା ସତ୍ତ୍ବେ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ଗୁରୁବାର ସକାଳେ କଳା କପଡ଼ା ପିନ୍ଧି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ରାସ୍ତାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କୁ ଅଟକାଇବା ପାଇଁ ପୁଲିସ୍‍ ବିକ୍ଷୋଭକାରୀଙ୍କ ଉପରକୁ ରବର ଗୁଳି ଓ ଲୁହବୁହା ଗ୍ୟାସ ମାଡ଼ କରିଛି। ଏଥିରେ ୭୯ ଜଣ ଲୋକ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଲୋକମାନ ପୁଲିସ୍‍ ଉପରକୁ ପଥର ମାଡ଼ କରିଛନ୍ତି।
ସୂଚନା ଅନୁସାରେ ୧୯୯୭ ଚୀନ-ବ୍ରିନେଟନ୍‍ ବୁଝାମଣା ଅନୁସାରେ ହଂକଂ ଚୀନକୁ ହସ୍ତାନ୍ତର କରାଯାଇଥିଲା। ଏହାସତ୍ତ୍ବେ ଚୀନକୁ ହଂକଂର ପ୍ରତ୍ୟର୍ପଣ ଆଇନରୁ ବାହାରେ ରଖାଯାଇଥିଲା। ନିକଟରେ ଏହି ଆଇନକୁ ବିସ୍ତାର କରିବା ପାଇଁ ଏକ ପ୍ରସ୍ତାବ ଆସିଛି। ଏହି ପ୍ରସ୍ତାବ ଅନୁସାରେ ହଂକଂ ନିଜ ପଡୋଶୀ ତାଇୱାନ, ମଗାଉ ଏବଂ ଚୀନ ସହ ସମସ୍ତ ସନ୍ଦିଗ୍ଧଙ୍କୁ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେବ। ଏନେଇ ପ୍ରସ୍ତାବିତ ବିଲ୍‍ ଜୁନ ୨୦ରେ ହଂକଂ ସଂସଦରେ ଆଗତ ହେବ ଓ ଏଥିପାଇଁ ଚୂଡାନ୍ତ ମତଦାନ ଗ୍ରହଣ କରାଯିବ। ଏହି ପ୍ରସ୍ତାବିତ ବିଲକୁ ବିରୋଧ କରି ହଂକଂର ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories