www.samajalive.in
Monday, December 8, 2025
13.1 C
Bhubaneswar

ମନ୍ତ୍ରୀଙ୍କୁ ମୋଦୀଙ୍କ ନିର୍ଦେଶ; ସକାଳ ସାଢେ ୯ଟାରେ କାର୍ଯ୍ୟାଳୟରେ ପହଞ୍ଚ, ଘରୁ କାମ ସାର

ନୂଆଦିଲ୍ଲୀ : ସକାଳ ସାଢେ ୯ଟା ଭିତରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ କହିଛନ୍ତି। ଏହାସହ ଘରେ ଅଧିକାରୀଙ୍କୁ ଡାକି କୌଣସି ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟ ନକରିବାକୁ ମୋଦୀ ନିଜ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ମୋଦୀ ନିଜ ସହଯୋଗୀଙ୍କୁ କହିଛନ୍ତି ଯେ ୪୦ ଦିନର ସଂସଦ ଅଧିବେଶନ ସମୟରେ ବାହାରକୁ ଗସ୍ତ କରନ୍ତୁ ନାହିଁ। ଏଥିପାଇଁ ମୋଦୀ ଗୁଜୁରାଟରେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟର ଉଦାହରଣ ଦେଇଥିଲେ। ମୋଦୀ କହିଥିଲେ ଯେ ସେ ଅଧିକାରୀଙ୍କ ସହ ସମୟରେ କାର୍ଯ୍ୟାଳୟରେ ପହଞ୍ଚୁଥିଲେ। ଏହାଦ୍ୱାରା ତାଙ୍କୁ ଦିନ ଯାକଁର କାର୍ଯ୍ୟ ନିର୍ଦ୍ଧାରଣ କରିବାକୁ ସହଜ ହେଉଥିଲା।
ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଶପଥ ଗ୍ରହଣ କରିବା ପରେ ମୋଦୀ ବୁଧବାର କ୍ୟାବିନେଟ ବୈଠକ କରିଥିଲେ। ନିର୍ବାଚିତ ସାଂସଦଙ୍କୁ ସାକ୍ଷତ କରିବା ପାଇଁ ସମୟ ବାହାର କରିବାକୁ ସେ ମନ୍ତ୍ରୀଙ୍କୁ କହିଛନ୍ତି। ଅଧିକାରୀଙ୍କ ସହ ନିୟମିତ ବିକାଶ କାର୍ଯ୍ୟକୁ ନେଇ ଚର୍ଚ୍ଚା କରିବାକୁ ସେ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories