www.samajalive.in
Tuesday, December 9, 2025
16.1 C
Bhubaneswar

ଇଣ୍ଡିଜ୍ ସହ ମ୍ୟାଚ୍ ଆଜି; କର ବା ମର ସ୍ଥିତିରେ ଦକ୍ଷିଣ ଆଫ୍ରିକା

ସାଉଥାମ୍ପଟନ୍ : ଚଳିତ ବିଶ୍ବକପ୍‌ରେ ଆଫ୍‌ଗାନିସ୍ତାନ ପରେ ୨ୟ ଦଳ ଭାବେ ଖେଳିଥିବା ସମସ୍ତ ୩ଟି ଲିଗ୍ ମ୍ୟାଚ୍‌ରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା। ସୋମବାର ୱେଷ୍ଟଇଣ୍ଡିଜ୍‌ର ମୁକାବିଲା କରିବାକୁ ଯାଉଛି ଦକ୍ଷିଣ ଆଫ୍ରିକା। ସେମିଫାଇନାଲ ଖେଳିବା ଆଶା ବଜାୟ ରଖିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ବାକି ୬ଟିଯାକ ମ୍ୟାଚ୍ ଜିତିବାକୁ ପଡ଼ିବ। ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମୁକାବିଲା ଦକ୍ଷିଣ ଆଫ୍ରିକା ଲାଗି ‘କର ବା ମର’ ପରିସ୍ଥିତି ସୃଷ୍ଟିକରିଛି। ଏହି ମ୍ୟାଚ୍ ଜିତିଲେ ହିଁ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଦୌଡ଼ରେ ରହିପାରିବ। ଅନ୍ୟଥା ଫାଫ୍ ଡୁ ପ୍ଲେସିଙ୍କ ଦଳର ବାକି ମ୍ୟାଚ୍‌ସବୁ ଔପଚାରିକତା​‌େ​‌ର ପରିଣତ ହେବ। ଅନ୍ୟପକ୍ଷରେ ପାକିସ୍ତାନକୁ ପ୍ରଥମ ମ୍ୟାଚ୍‌ରେ ସହଜରେ ପରାସ୍ତ କରିବା ପରେ ୨ୟ ମ୍ୟାଚ୍‌ରେ କଡ଼ା ମୁକାବିଲା କରିବା ସତ୍ତ୍ବେ ଅ​‌େ​‌ଷ୍ଟ୍ରଲିଆଠାରୁ ୱେଷ୍ଟଇଣ୍ଡିଜ୍ ପରାସ୍ତ ହୋଇଛି। ତେଣୁ ୱେଷ୍ଟଇଣ୍ଡିଜ୍ ମଧ୍ୟ ବିଜୟଧାରାକୁ ଫେରିବାକୁ ବ୍ୟଗ୍ର।
ଅଦ୍ୟାବଧି ୱେଷ୍ଟଇଣ୍ଡିଜ୍ ଦଳର ୨ଟି ଦିଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଗୋଟିଏ ହେଉଛି ଆକ୍ରମଣାତ୍ମକ ସର୍ଟ ପିଚ୍ ଫାଷ୍ଟବୋଲିଂ ଏବଂ ବିସ୍ଫୋରକ ବ୍ୟାଟିଂ। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ଏହି ରଣନୀତି ସଫଳ ହୋଇଥିବା ବେଳେ ୨ୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ତଳେ ପକାଇ ଦେଇଥିଲା। ପାକିସ୍ତାନ ମାତ୍ର ୧୦୫ ରନ୍‌ରେ ଅଲ୍‌ଆଉଟ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ୧୪ ଓଭର ପୂର୍ବରୁ ଜିତି ନେଇଥିଲା। ୱେଷ୍ଟଇଣ୍ଡିଜ୍ ଫାଷ୍ଟବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଅଷ୍ଟ୍ରେଲିଆ ୩୮ ରନ୍‌ରେ ୪ଟି ଏବଂ ୭୯ ରନ୍‌ରେ ୫ଟି ୱିକେଟ ହରାଇଥିଲା। ନାଥାନ୍ କୌଲ୍‌ଟର-ନାଇଲ୍‌ଙ୍କ ବିସ୍ଫୋରକ ୯୨, ଷ୍ଟିଭେନ୍ ସ୍ମିଥ୍‌ଙ୍କ ୭୩ ଓ କ୍ୟାରିଙ୍କ ୪୫ ରନ୍‌ ବଳରେ ଅଷ୍ଟ୍ରେଲିଆ ୨୮୮ ରନ୍‌ କରିଥିଲା। ଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଉଭୟ ଦଳଙ୍କ ମଧ୍ୟରେ ଫରକ ଥିଲେ ମିଚେଲ ଷ୍ଟାର୍କ। ଏହି ବାମହାତି ଫାଷ୍ଟବୋଲର ୫ଟି ୱିକେଟ ନେବାରୁ ଅଷ୍ଟ୍ରେଲିଆ ଜିତିଥିଲା। ୱେଷ୍ଟଇଣ୍ଡିଜ୍‌ର ୩ ଫାଷ୍ଟବୋଲର ଓସାନେ ଥମାସ୍‌, ସେଲଡନ୍‌ କଟ୍ରେଲ ଓ ଆ​‌େ​‌ନ୍ଦ୍ର ରସେଲ୍‌ ଦ୍ରୁତ ଗତିରେ ସର୍ଟ ପିଚ୍‌ ବୋଲିଂକରି ଉଭୟ ମ୍ୟାଚ୍‌ରେ ସଫଳ ହୋଇଛନ୍ତି। ତେବେ ବ୍ୟାଟିଂକୁ ନେଇ ୱେଷ୍ଟଇଣ୍ଡିଜ୍ ଅପେକ୍ଷା ଦକ୍ଷିଣ ଆଫ୍ରିକାର ଚିନ୍ତା ବହୁତ ଅଧିକ। ହାସିମ୍ ଆମ୍‌ଲା ଖେଳିଥିବା ଉଭୟ ଇନିଂସରେ ବିଫଳ ହୋଇଥିବା ବେଳେ କ୍ବିଣ୍ଟନ୍ ଡି କକ୍ ବେଶି ସମୟ କ୍ରିଜ୍‌ରେ ରହି ପାରିନାହାନ୍ତି। ଦଳରେ ମ୍ୟାଚ୍ ବିଜେତା ହେବା ଭଳି ବ୍ୟାଟ୍‌ସମ୍ୟାନ୍ ନଜର ଆସୁନାହାନ୍ତି। ଏହାସହ ବୋଲର ମଧ୍ୟ ସେପରି ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନାହାନ୍ତି। ଦକ୍ଷିଣ ଆଫ୍ରିକା ଆକ୍ରମଣ ବିପକ୍ଷରେ ପ୍ରଥମ ୨ଟି ମ୍ୟାଚ୍‌ରେ ଇଂଲଣ୍ଡ ଓ ବାଂଲାଦେଶ ୩ ଶହରୁ ଅଧିକ ରନ୍‌କରି ଏହାର ଦୁର୍ବଳତାକୁ ପଦାରେ ପକାଇ ପାରିଛନ୍ତି। ୩ୟ ମ୍ୟାଚ୍‌ରେ ଭାରତ ବିପକ୍ଷରେ କାଗିସୋ ରାବାଡ଼ାଙ୍କୁ ଛାଡ଼ି ଅନ୍ୟ ବୋଲରମାନେ ଭଲ ପ୍ରଦର୍ଶନ କରି ପାରିନଥିଲେ। ଡେଲ୍‌ ​‌େ​‌ଷ୍ଟନ୍ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବା ବେଳେ ଲୁଙ୍ଗି ଏନ୍‌ଗିଡ଼ି ଆହତ ତାଲିକାରେ ଅଛନ୍ତି। ଏନ୍‌ଗିଡ଼ି ଫିଟ୍‌ ​‌େ​‌ଘାଷିତ ହେଲେ ବାମହାତି ସ୍ପିନର ତାବ୍ରେଜ୍‌ ସାମ୍‌ସିଙ୍କ ସ୍ଥାନ ସେ ନେଇପାରନ୍ତି। ଅନ୍ୟଥା ଦଳରେ ନୂଆକରି ସାମିଲ ହୋଇଥିବା ପେସ୍ ବୋଲର ବ୍ୟୁରାନ୍ ହେଣ୍ଡ୍ରିକ୍‌ସ ଖେଳିବାର ସମ୍ଭାବନା ରହିଛି। ଫଳରେ ଇମ୍ରାନ୍ ତାହିର ଏକମାତ୍ର ସ୍ପିନର ଭାବେ ଖେଳିବେ। ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ମଧ୍ୟକ୍ରମରେ ଦୁଇ ବାମହାତି ବ୍ୟାଟ୍‌ସମ୍ୟାନ୍ ଡେଭିଡ୍ ମିଲର ଓ ଜେପି ଡ୍ୟୁମିନିଙ୍କୁ ରନ୍ କରିବାକୁ ପଡ଼ିବ। ତେବେ ଏହାପୂର୍ବରୁ ଓପ୍‌ନିଂ ଯୋଡ଼ି ଓ ଅଧିନାୟକ ଫାଫ୍ ଡୁ ପ୍ଲେସିଙ୍କୁ ରନ୍ କରିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକାକୁ ନିଶ୍ଚିତ ଭାବେ ଏହି ମ୍ୟାଚ୍ ଜିତିବାର ଥିବାରୁ ଏଥିପାଇଁ ଏହା ଚାପରେ ରହିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories