www.samajalive.in
Monday, December 8, 2025
20.1 C
Bhubaneswar

ଆପତ୍ତିଜନକ ପ୍ରସାରଣ – ବିଚାର ବିଭାଗୀୟ ହାଜତରେ ଟିଭି ଚ୍ୟାନେଲ ମୁଖ୍ୟ ଓ ସମ୍ପାଦକ

ନଏଡା: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଆପତ୍ତିଜନକ ବିଷୟ ବସ୍ତୁ ପ୍ରସାରଣ ଅଭିଯୋଗରେ ସ୍ଥାନୀୟ ଅଦାଲତ ଶନିବାର (୮ ଜୁନ) ଗିରଫ ହୋଇଥିବା ଏକ ଟିଭି ଚ୍ୟାନେଲ ମୁଖ୍ୟ ଏବଂ ସମ୍ପାଦକଙ୍କୁ ରବିବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିଭି ଚ୍ୟାନେଲ ‘ନେଶନ ଲାଇଭ’ର ମୁଖ୍ୟ ଇଷିତା ସିଂହ ଏବଂ ସମ୍ପାଦକ ଅନୁଜ ଶୁକ୍ଲାଙ୍କୁ ଶନିବାର ଦିନ ଗିରଫ କରାଯାଇଥିଲା। ଗୌତମ ବୁଦ୍ଧ ନଗରର ବରିଷ୍ଠ ପୁଲିସ ଅଧିକ୍ଷକ ବୈଭବ କୃଷ୍ଣ କହିଛନ୍ତି, ଉଭୟଙ୍କୁ ସ୍ଥାନୀୟ ଅଦାଲତରେ ହାଜର ପରେ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଅଧିକାରୀ ଜଣକ କହିଛନ୍ତି ଜେ ଜୁନ ୬ରେ ନେଶନ ଲାଇଭ ଟିଭି ଚ୍ୟାନେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଜଣେ ମହିଳାଙ୍କ ଦ୍ୱାରା ହୋଇଥିବା ଅପମାନଜନକ ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା। କୌଣସି ପ୍ରମାଣ ନ ଥାଇ ଓ ତଥ୍ୟର ସତ୍ୟତା ନ ଜାଣି ଏଭଳି କାର୍ଯ୍ୟକ୍ରମ ପ୍ରସାରଣ ବିରୁଦ୍ଧରେ ଏକ ରାଜନୈତିକ ଦଳର କର୍ମକର୍ତ୍ତା ଅଭିଯୋଗ କରିଥିଲେ। ସେହି ଚ୍ୟାନେଲ ପାଖରେ ପ୍ରସାରଣ ପାଇଁ ଆବଶ୍ୟକ ମଞ୍ଜୁରୀ ନ ଥିବା ମଧ୍ୟ ସମ୍ପୃକ୍ତ ପୁଲିସ ଅଧିକାରୀ କହିଛନ୍ତି।

- Advertisement -

ଏହି ଘଟଣାରେ ପୁଲିସ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କୁ ମଧ୍ୟ ଗିରଫ କରିଛି। କନୋଜିଆ ଟ୍ବିଟର ଏବଂ ଫେସବୁକରେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଛିଡ଼ାହୋଇ ସେ ଯୋଗୀ ଆଦିତ୍ୟନାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା ନେଇ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଥିବା ଦେଖିବାକୁ ମିଳିଥିଲା। ତେବେ ସାମ୍ବାଦିକମାନଙ୍କୁ ଗିରଫ ନେଇ ସାମ୍ବାଦିକ ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି। ଗଣ ମାଧ୍ୟମର କଣ୍ଠରୋଧ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories