www.samajalive.in
Sunday, December 7, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା; ୩ ବିଜେପି କର୍ମୀ, ଜଣେ ଟିଏମସି କର୍ମକର୍ତ୍ତା ମୃତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ​‌ଶେଷ ହୋଇଥିଲେ ହେଁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାରେ ନାଁ ଧରୁନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ଏବଂ ଟିଏମସି ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳୁଛି। ଶନିବାର ଉତ୍ତର ୨୪ ପ୍ରଗଣା ଜିଲାର ବାସିରହାଟ ଅଞ୍ଚଳରେ ଉଭୟ ଦଳର କର୍ମୀମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ବିଜେପି କର୍ମୀ ଥିବାବେଳେ ଜଣେ ଟିଏମସି କର୍ମକର୍ତ୍ତା ରହିଛନ୍ତି।

ବାସିରହାଟର ସନ୍ଦେଶଖାଲି ଅଞ୍ଚଳରେ ଟିଏମସି ଏବଂ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ପଥର ଏବଂ ବୋମାମାଡ଼ କରିବା ସହ ଗୁଳି ଚଳାଇଥିଲେ। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

- Advertisement -

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସୟାନ୍ତନ ବସୁ କହିଛନ୍ତି ଯେ, ଆମ ଦଳର କର୍ମୀମାନେ ଆନ୍ଦୋଳନ କରୁଥିବାବେଳେ ଟିଏମସି କର୍ମୀମାନେ ତାଙ୍କ ଦଳୀୟ ପତାକା ଏବଂ ପୋଷ୍ଟରକୁ ଫିଙ୍ଗି ଦେଇଥିଲେ। ବିଜେପି କର୍ମୀମାନେ ସେମାନଙ୍କୁ ବାରଣ କରିବାରୁ ସେମାନେ ଆକ୍ରମଣ କରିଥିଲେ। ଟିଏମସି କର୍ମୀମାନେ ଅତି ନିକଟରୁ ଗୁଳି କରି ବିଜେପିର ୩ କର୍ମୀଙ୍କୁ ହତ୍ୟା କରିଥିଲେ। ସେମାନେ ହେଲେ ସୁକାନ୍ତ ମଣ୍ଡଳ, ପ୍ରୀଦପ ମଣ୍ଡଳ ଏବଂ ଶଙ୍କର ମଣ୍ଡଳ। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହୁରି ୨ ଜଣ କର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କିନ୍ତୁ ସେମାନଙ୍କ ମୃତଦେହ ମିଳିନାହିଁ ବୋଲି ବସୁ କହିଛନ୍ତି।

ସେହିପରି ଟିଏମସିର ଉତ୍ତର ୨୪ ପ୍ରଗଣା ଜିଲା ସଭାପତି ତଥା ମନ୍ତ୍ରୀ ଜ୍ୟୋତିପ୍ରିୟ ମୁଲିକ କହିଛନ୍ତି, ବିଜେପି କର୍ମୀମାନେ ଆମ ଦଳର କର୍ମୀ କାୟୁମ ମୋଲାଙ୍କୁ ଅପହରଣ କରିନେବା ପରେ ଗୁଳିକରି ହତ୍ୟା କରିଛନ୍ତି। କାୟୁମ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ତାଙ୍କୁ ବିଜେପି କର୍ମୀମାନେ ଅପହରଣ କରିନେଇଥିଲେ। କାୟୁମ ସେମାନଙ୍କ କବଳରୁ ଖସିଆସିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ବିଜେପି ରାଜ୍ୟର ଶାନ୍ତିପୂର୍ଣ୍ଣ ବାତାବରଣକୁ ଅଶାନ୍ତ କରିବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories