www.samajalive.in
Monday, December 8, 2025
27.1 C
Bhubaneswar

ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ

ବ୍ରିଷ୍ଟଲ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ଶୁକ୍ରବାର ୯ମ ଦିନରେ ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଏଠାରେ ଦୁଇ ଏସୀୟ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୧୧ଶ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ବାତିଲ ହୋଇଯାଇଛି। ମ୍ୟାଚ୍‌ରେ ଟସ୍ ମଧ୍ୟ ପଡ଼ିନାହିଁ। ଫଳରେ ଶ୍ରୀଲଙ୍କା ଓ ପାକିସ୍ତାନ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଫଳରେ ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ୍‌ରୁ ୩ପଏଣ୍ଟ ଲେଖାଏଁ ପାଇଛନ୍ତି।
ଶୁକ୍ରବାର ସକାଳୁ ଏଠାରେ ବର୍ଷା ଲାଗି ରହିଥିଲା। ଫଳରେ ଖେଳାଳିମାନେ ପାଭିଲିୟନ୍‌ରେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଭାରତୀୟ ସମୟ ସାଢ଼େ ୭ଟାରେ ବର୍ଷା ବନ୍ଦହେବା ପରେ ଅଳ୍ପ ଓଭରର ମ୍ୟାଚ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଗ୍ରାଉଣ୍ଡସମ୍ୟାନ୍‌ମାନେ ମଧ୍ୟ ପଡ଼ିଆ ଶୁଖାଇବାର ପ୍ରୟାସ କରିଥିଲେ। ଅମ୍ପାୟାରଦ୍ବୟ ୨ ଥର ପଡ଼ିଆ ପରିଦର୍ଶନରେ ଯାଇଥିଲେ। ତେବେ ଆଉଟ୍‌ଫିଲ୍‌ଡ ଓଦା ଥିବାରୁ ଏହାକୁ ଖେଳୋପଯୋଗୀ ସେମାନେ ମନେ କରିନଥିଲେ। ଶେଷରେ ଭାରତୀୟ ସମୟ ରାତି ୮.୪୫ରେ ସେମାନେ ମ୍ୟାଚ୍‌କୁ ବାତିଲ ଘୋଷଣା କରିଥିଲେ। ବର୍ଷା ବନ୍ଦହେବା ପରେ ଉଭୟ ଦଳର ଖେଳାଳି ପଡ଼ିଆକୁ ଆସି ଶାରୀରିକ ଅଭ୍ୟାସ କରିଥିଲେ ହେଁ ସେମାନେ ନିରାଶ ହୋଇଥିଲେ। ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ସେମାନଙ୍କ ଶେଷ ମ୍ୟାଚ୍ ଜିତିଥିବାରୁ ଏହି ମ୍ୟାଚ୍ ଖେଳିବାକୁ ଉତ୍ସାହିତ ଥିଲେ। ୨ୟ ମ୍ୟାଚ୍‌ରେ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା ପାକିସ୍ତାନ। ଆଫ୍‌ଗାନିସ୍ତାନ ବିପକ୍ଷରେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲା ଶ୍ରୀଲଙ୍କା।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories