www.samajalive.in
Tuesday, December 9, 2025
16.1 C
Bhubaneswar

ଆୟୁଷ୍ମାନ ଭାରତ ଆଡ଼େ

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବାର ସମ୍ଭାବନା ଦୃଢ଼ୀଭୂତ ହେଉଛି। ଉଭୟ କେନ୍ଦ୍ର ଓ ପ୍ରାଦେଶିକ ଅଧିକାରୀଙ୍କ ସ୍ତରରେ ଏନେଇ ଆରମ୍ଭ ହୋଇଥିବା କଥାବାର୍ତ୍ତା ଉତ୍ସାହଜନକ ହୋଇଛି। ଏହାଫଳରେ ରାଜ୍ୟର ଲୋକମାନେ କେନ୍ଦ୍ରୀୟ ଯୋଜନାର ସ୍ବାସ୍ଥ୍ୟସେବା ଲାଭ ପାଇବେ। ଓଡ଼ିଶାର ନିଜସ୍ବ ଓ ଉନ୍ନତ ସ୍ବାସ୍ଥ୍ୟ ସେବା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ଥିବା ସତ୍ତ୍ବେ ରାଜ୍ୟର ଲୋକେ ଏକ କେନ୍ଦ୍ରୀୟ ଯୋଜନାର ଲାଭ ପାଇଲେ ନିଶ୍ଚିତ ଉପକୃତ ହେବେ। ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ’କରିବା ପଛରେ ପ୍ରମୁଖ କାରଣ ଥିଲା ରାଜନୀତି ଓ ନିର୍ବାଚନ ପ୍ରସଙ୍ଗ। ଏବେ ନିର୍ବାଚନ ସରିଯାଇଛି ଓ ବିଜେଡ଼ି-ବିଜେପି ବିବାଦ ଥମି ଯାଇଛି। ଏଭଳି ସ୍ଥିତିରେ ବଳି ପଡ଼ିଥିବା ଯୋଜନାକୁ କେନ୍ଦ୍ରକରି ବିବାଦ ଅପ୍ରାସଙ୍ଗିକ ହୋଇଛି। ଅତଏବ ରାଜ୍ୟ ସରକାର ଏ ନେଇ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିବା ନିଶ୍ଚୟ ସ୍ବାଗତଯୋଗ୍ୟ।
ସମଗ୍ର ଦେଶର ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ‘ଆୟୁଷ୍ମାନ ଭାରତ’ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ରାଜନୈତିକ ଓ ଅନ୍ୟାନ୍ୟ କାରଣରୁ ଓଡ଼ିଶା, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଓଡ଼ିଶାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ଗରିବ ପରିବାରଙ୍କୁ ବାର୍ଷିକ ପାଞ୍ଚଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଆୟୁଷ୍ମାନରେ ଏହି ଆର୍ଥିକ ସହାୟତା ଓ ବୀମା ବ୍ୟବସ୍ଥା ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲେ ମଧ୍ୟ ମହିଳାଙ୍କ ପାଇଁ ଅଧିକ ସହାୟତା ବ୍ୟବସ୍ଥା ନାହିଁ। ଏହି ଲାଭ ମହିଳାଙ୍କୁ ମିଳିବା ଉଚିତ ବୋଲି ଓଡ଼ିଶା ଯେଉଁ ଯୁକ୍ତି ରଖୁଛି ତାହାକୁ କେନ୍ଦ୍ର ସରକାର ମଧ୍ୟ ବିଚାର କରିବାର ଆବଶ୍ୟକତା ରହିଛି।
ଯେଉଁ ସରକାରୀ ଯୋଜନାମାନ ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ତାହାର ଲାଭ ସଂପୃକ୍ତ ହିତାଧିକାରୀ ପାଇବା ଉଚିତ। ଏଥିରେ ରାଜ୍ୟ-କେନ୍ଦ୍ର ବିଚାର ବା ବିରୋଧାଭାସ ରହିବା ଅନୁଚିତ। ଉତ୍ତମ ସଂଘୀୟ ଭାବନା ଓ ଲୋକସ୍ବାର୍ଥ ଦୃଷ୍ଟିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ଏ କ୍ଷେତ୍ରରେ ମିଳିମିଶି କାମ କରିବା ଉଚିତ। ବଡ଼କଥା ହେଲା ଏହାଦ୍ବାରା କେନ୍ଦ୍ରୀୟ ଯୋଜନାର ଲାଭରୁ ରାଜ୍ୟବାସୀ ବଞ୍ଚିତ ହେବେନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories