www.samajalive.in
Wednesday, December 10, 2025
18.1 C
Bhubaneswar

ମୁହଁକୁ ସୁନ୍ଦର ଓ ଉଜ୍ଜଳ କରିବାର ଘରୋଇ ଉପାୟ

ମୁହଁର ସୁନ୍ଦରତା ପାଇଁ ଆମେ ବିଭିନ୍ନ କ୍ରିମ ବ୍ୟବହାର କରିଥାଉ। ବଜାରରୁ ଆଣୁଥିବା କ୍ରିମରେ ବହୁ କେମିକାଲ ମିଶିଥାଏ। ମାତ୍ର ଘରେ କିଛି ଦ୍ରବ୍ୟକୁ ବ୍ୟବହାର କରି ଆମେ ମୁହଁକୁ ସୁନ୍ଦର,ଏହାର ଦାଗକୁ ଦୂର କରିବା ସହ ଉଜ୍ଜଳ ମଧ୍ୟ କରିପାରିବା। ଜାଣନ୍ତୁ ସେହି ଘରୋଇ ଦ୍ରବ୍ୟ ବିଷୟରେ…………….
ଟମାଟୋ ଓ କ୍ଷୀର
ପ୍ରଥମେ ଟମାଟୋକୁ ପେଷି (ଗ୍ରାଇଣ୍ଡିଙ୍ଗ୍‍ )ଦିଅନ୍ତୁ। ଏହା ପରେ ଏହାକୁ ଏକ ସୂତା କପଡ଼ା ସାହାଯ୍ୟରେ ଛାଣିକି ଏକ ପାତ୍ରରେ ରଖନ୍ତୁ। ଏବେ ଯେତିକି ପରିମାଣରେ ଟମାଟୋରୁ ରସ ବାହାରିଛି ସେତିକି ପରିମାଣରେ ଏକ ପାତ୍ରରେ କଞ୍ଚା କ୍ଷୀର ନିଅନ୍ତୁ। ଏବେ ଆଉ ଏକ ପାତ୍ର ନେଇ ଟମାଟୋ ରସ ଓ କ୍ଷୀରକୁ ଭଲ ଭାବେ ଫେଣ୍ଟନ୍ତୁ। ଭଲ ଭାବେ ଫେଣ୍ଟି ଏହାକୁ ଏକ ମିଶ୍ରଣ ଭଳି ପ୍ରସ୍ତୁତ କରନ୍ତୁ। ଏହାକୁ ରାତିରେ ଶୋଇବା ସମୟରେ ମୁହଁରେ ଲଗାନ୍ତୁ । ଲଗାଇବା ବେଳେ ଭଲ ଭାବେ ମୁହଁରେ ଘଷନ୍ତୁ। ସକାଳେ ଉଠିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ଥରେ ପ୍ରସ୍ତୁତ କରି ଫ୍ରିଜରେ ରଖି ୭ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏହାକୁ ଲଗାଇଲେ ମୁହଁରେ ଥିବା ଦାଗ ମଧ୍ୟ ଭଲ ହୋଇଥାଏ। ନିୟମିତ ୧ମାସ ବ୍ୟବହାର କଲେ ନିଜେ ଅନୁଭବ କରିପାରିବେ ଏହାର ଚତ୍ମକାରିତା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories