www.samajalive.in
Saturday, December 6, 2025
26.1 C
Bhubaneswar

ମହିଳାଙ୍କ ପାଇଁ କେଜ୍ରିୱାଲଙ୍କ ବଡ ଘୋଷଣା ; ମେଟ୍ରୋ ଏବଂ ବସ ଯାତ୍ରା ହେବ ମାଗଣା

ନୂଆଦିଲ୍ଲୀ : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଦିଲ୍ଲୀ ମେଟ୍ରୋ, ଡିଟିସି ବସ ଏବଂ କ୍ଲଷ୍ଟର ବସଗୁଡ଼ିକରେ ମହିଳାମାନଙ୍କ ପାଇଁ ଦେୟମୁକ୍ତ କରାଯିବ । ଏଣିକି ରାଜଧାନୀ ଦିଲ୍ଲୀରେ ମହିଳାମାନେ ମାଗଣାରେ ଯାତ୍ରା କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଏହି ବଡ ଘୋଷଣା କରିଛନ୍ତି । ଯେଉଁ ମହିଳା ଟଙ୍କା ଦେବା ପାଇଁ ସକ୍ଷମ, ସେମାନେ ଟିକେଟ୍ କିଣି ପାରିବେ । ଏହି ଯୋଜନା ଆଗାମୀ ଦୁଇ-ତିନି ମାସରେ ଲାଗୁ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଏହି ଯୋଜନା କିଭଳି ଲାଗୁ କରାଯିବ ? ଗଣମାଧ୍ୟମର ଏହି ପ୍ରଶ୍ନର ଉତ୍ତର ଦେଇ କେଜ୍ରିୱାଲ କହିଛନ୍ତି ଯେ, ଆମେ ସବସିଡି ଭାବରେ ଏହି ଯୋଜନା କାର୍ଯ୍ୟକାରୀ କରିଛୁ । ତେଣୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ । ମହିଳାଙ୍କ ସୁରକ୍ଷା ଓ ମେଟ୍ରୋର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଯୋଜନା ଲାଗୁ କରାଯାଇଛି ।

- Advertisement -

ଏହା ସହ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ୭୦ ହଜାର ସିସିଟଭି କ୍ୟାମେରା ଲଗାଇବାକୁ ଘୋଷଣା କରିଛନ୍ତି । ଜୁନ ୮ ତାରିଖରୁ ଦିଲ୍ଲୀରେ ସିସିଟିଭି ଲଗାଇବା ଆରମ୍ଭ ହେବ । ଡିସେମ୍ବର ସୁଦ୍ଧା ଦିଲ୍ଲୀରେ ସିସିଟଭି କ୍ୟାମେରା ଲଗାଇବା କାର୍ଯ୍ୟ ପୁରା ହେବ । ଆଗାମୀ ଦିନରେ ଦିଲ୍ଲୀ​‌ରେ ଅଢେଇ ଲକ୍ଷ କ୍ୟାମେରା ଲଗାଯିବର ଯୋଜନା ରହିଛି । ସରକାରୀ ସ୍କୁଲରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories