www.samajalive.in
Monday, December 8, 2025
13.1 C
Bhubaneswar

ଜମି ଅଧିଗ୍ରହଣ ମାମଲାରେ ରବର୍ଟ ଭଦ୍ରାଙ୍କୁ ଇଡିର ସମନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପୁଣି ଥରେ ସମନ ଜାରି କରିଛି। ଆସନ୍ତା ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର ହେବା ଲାଗି ରବର୍ଟ ଭଦ୍ରାଙ୍କୁ ନୋଟିସରେ କୁଆଯାଇଛି। ଏହାବ୍ୟତୀତ ବିଦେଶରେ ରହିଥିବା ବେନାମୀ ସମ୍ପତ୍ତି ମାମଲାରେ ମଧ୍ୟ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି।

ଇଡି ରବର୍ଟ ଭଦ୍ରାଙ୍କ ବେନାମୀ ସମ୍ପତ୍ତିଗୁଡ଼ିକର ଯାଞ୍ଚ କରୁଛି। ଏହା ମଧ୍ୟରେ ଦୁବାଇର ଜୁମେରାହରେ ଅବସ୍ଥିତ ୧୪ କୋଟି ଟଙ୍କା ମୂଲ୍ୟର ଏକ ଭିଲା ଏବଂ ଲଣ୍ଡନର ବ୍ରାୟନଷ୍ଟନ ସ୍କୋୟାରରେ ଥିବା ଗୋଟିଏ ଫ୍ଲାଟ୍‌ ରହିଛି, ଯାହାର ମୂଲ୍ୟ ୨୬ କୋଟି ଟଙ୍କା। ପୂର୍ବରୁ ମଧ୍ୟ ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଇଛି।

- Advertisement -

ଜୁମେରାହ ଭିଲା ଏବଂ ଲଣ୍ଡନର ଫ୍ଲାଟ କିଣା ସମୟରେ ହୋଇଥିବା ବେନାମୀ କାରବାର ସମ୍ପର୍କରେ ଇଡି ରବର୍ଟ ଭଦ୍ରାଙ୍କୁ ଗତ ଫେବୃୟାରୀରେ ୩ଦିନ ଧରି ପଚରାଉଚରା କରିଥିଲା। ସ୍କାଏଲାଇଟ୍‌ ଇନଭେଷ୍ଟମେଣ୍ଟ ଏଫଜେଡଇ କମ୍ପାନୀରେ ଜମା ହୋଇଥିବା ବଡ଼ ପରିମାଣର ଅର୍ଥ କେଉଁଠୁ ଆସିଲା ବୋଲି ତାଙ୍କୁ ପଚରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେବାକୁ ମନା କରିଦେଇଥିଲେ। ଏହି କମ୍ପାନୀ ଭଦ୍ରାଙ୍କ ସାଏଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ କମ୍ପାନୀ ଭଳି, ଯାହା ଭାରତରୁ ପରିଚାଳିତ ହେଉଛି। ଭଦ୍ରାଙ୍କ ସ୍କାଏଲାଇଟ ହସ୍ପିଟାଲିଟି ସଂସ୍ଥା ଆର୍ଥିକ ଅନିୟମିତା ଅଧିନିୟମ ଅଧୀନ ବିଭିନ୍ନ ମାମଲାରେ ଇଡି ସ୍କାନରରେ ରହିଛି, ଯେଉଁଥିରେ ଗୁରୁଗ୍ରାମ ଏବଂ ବିକାନେରରେ ଅଧିଗ୍ରହିତ ଜମି ବି ସାମିଲ ଅଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories