www.samajalive.in
Monday, December 8, 2025
16.1 C
Bhubaneswar

ଅନିଦ୍ରା ଦୂର କରେ ଗୋଲାପ ଫୁଲ

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ ତଥା ବିଭିନ୍ନ କାରଣରୁ ନିଦ ଭଲ ଭାବେ ହୋଇନଥାଏ। ଭଲ ନିଦ ନ ହେବା ଫଳରେ ବିଭିନ୍ନ ରୋଗ ହୋଇଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ। ଚିଡ଼ଚିଡ଼ା ଭାବ ଆସିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ଲୋକେ ବିଭିନ୍ନ ଉପାୟ କରିଥାଆନ୍ତି। ଔଷଧର ମଧ୍ୟ ସେବନ କରିଥାଆନ୍ତି। କିନ୍ତୁ ଏହା ଶରୀର ପାଇଁ ହିତକାରକ ହୋଇନଥାଏ। ମାତ୍ର ଏକ ସହଜ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ….
ଅନିଦ୍ରା ରୋଗରୁ ଦୂରେଇ ରହିବା ପାଇଁ ଗୋଲାପ ଫୁଲ ମହୌଷଧୀ ସଦୃଶ କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗୋଲାପ ପାଖୁଡ଼ାରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଏହାର ପାଖୁଡ଼ାକୁ ତକିଆ ତଳେ ରଖିଲେ ଭଲ ନିଦ ହୋଇଥାଏ। ଏହାକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବିନ୍ଧା ଦୂର ହୋଇଥାଏ। ଏହା ମସ୍ତିଷ୍କ କୋଷିକାର କାର୍ଯ୍ୟକୁ ସ୍ୱାଭାବିକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories