www.samajalive.in
Monday, December 8, 2025
24.1 C
Bhubaneswar

ବିଧାନସଭାରେ ୧୨୪ ନୂଆ ମୁହଁ ସହ ୨୨ ପୁରୁଣା

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ବିଧାନସଭା ପାଇଁ ୧୪୬ଟି ଆସନରେ ନିର୍ବାଚନ ହୋଇଥିବା ବେଳେ ୧୨୪ ଜଣ ନୂଆ ପ୍ରାର୍ଥୀ ବିଧାନସଭାରେ ନିଜ ଅଞ୍ଚଳର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ୨୨ ଜଣ ପୁରୁଣା ବିଧାୟକ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ପୁରୁଣା ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ସୁରେଶ ରାଉତରାୟ। ସେ ୧୯୭୭ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ବିଜେଡ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭୂପିନ୍ଦର ସିଂ କଂଗ୍ରେସ ଟିକେଟରେ ପ୍ରଥମେ ୧୯୮୦ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅନ୍ୟ ପକ୍ଷରେ ୧୯୮୫ରେ ବିଜେଡ଼ିରୁ ନିର୍ବାଚିତ ହୋଇଥିବା ପ୍ରଦୀପ କୁମାର ମହାରଥି ଜନତା ଦଳରୁ ଟିକେଟରେ ବିଜୟୀ ହୋଇ ବିଧାନସଭାକୁ ଆସିଥିଲେ।

ଏହା ଛଡା ନିର୍ବାଚିତ ହୋଇଥିବା ୧୬ ଜଣ ୧୯୯୦ରେ ଏବଂ ୩ ଜଣ ୧୯୯୫ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚଳିତ ଥରକୁ ମିଶାଇ ୭ ଥର ନିର୍ବାଚିତ ହୋଇଥିଲା ବେଳେ ପ୍ରଦୀପ ମହାରଥି, ସୁରେଶ କୁମାର ରାଉତରାୟ ଓ ସୂର୍ଯ୍ୟ ନାରାୟଣ ପାତ୍ର ୬ ଥର ଲେଖାଏଁ ନିର୍ବାଚିତ ହୋଇଛନ୍ତି। ୧୧ ଜଣ ୫ ଥର ନିର୍ବାଚିତ ହୋଇଥିଲା ବେଳେ ୧୨ ଜଣ ୪ ଥର, ୨୧ ଜଣ ୩ ଥର ଓ ୩୧ ଜଣ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories