www.samajalive.in
Thursday, December 11, 2025
23.1 C
Bhubaneswar

ଭୋଟ ଗଣତି ଦିନ ଇ-ମେଲରେ ବିତିଥିଲା ମୋଦୀଙ୍କ ସମୟ

ନୂଆଦିଲ୍ଲୀ: ଭୋଟ ଗଣତି ଦିନ ଗୁରୁବାର ପୂର୍ବାହ୍ଣରେ ଟେଲିଭିଜନ ଚ୍ୟାନେଲଗୁଡିକ ଲୋକସଭା ନିର୍ବାଚନରେ ପ୍ରଥମ ଆଗୁଆ ପ୍ରାର୍ଥୀଙ୍କ ନାମ ଜାଣିବାକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିବା ବେଳେ ଇମେଲ ପଠାଇବା, ପଢିବା ତଥା ତାହାର ଜବାବ ଦେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ଦିନ ତୁଳନାରେ ସର୍ବାଧିକ ସମୟ ବିତିଥିଲା। ପୂର୍ବାହ୍ଣ ପ୍ରାୟ ୧୦ଟା ୩୦ ମିନିଟରେ ମୋଦୀ ଇମେଲ କରିବା ବନ୍ଦ କରି ନିର୍ବାଚନରେ କେଉଁ ପ୍ରାର୍ଥୀ ଆଗୁଆ ଅଛନ୍ତି ତାହା ଉପରେ ଧ୍ୟାନ ନିବେଶ କରିଥିଲେ। ଏକ ଘଣ୍ଟା ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଥିଲା। ବିଜେପି ପୁନଃ କ୍ଷମତାଲାଭ କରିବ ବୋଲି ସ୍ପଷ୍ଟ ଜଣାପଡିଥିଲା। ମୋଦୀ ଟେଲିଭିଜନ ଦେଖିବା ସହିତ ଭୋଟ ଗଣତି କେନ୍ଦ୍ରରୁ ଜୟ ପରାଜୟ ସମ୍ବନ୍ଧରେ ସୂଚନା ହାସଲ କରୁଥିଲେ। ଏଥିସହ କେଉଁ ନେତା ତଥା ଦଳର ସ୍ଥିତି କ’ଣ ସେ ସମ୍ବନ୍ଧରେ ବ୍ୟକ୍ତିଗତ ଭାବେ ସମୟ ସମୟରେ ପଚାରି ବୁଝୁଥିଲେ। ଦଳ ଯେଭଳି ଭାବେ ନିର୍ବାଚନୀ ପ୍ରଚାର କରିଥିଲା ତାହାକୁ ଦୃଷ୍ଟିରେ ରଖିଲେ ତାଙ୍କ ସରକାର ଉପରେ ଭୋଟର ପୁନଃ ଆସ୍ଥା ପ୍ରକଟ କରିବେ ବୋଲି ମୋଦୀଙ୍କର କୌଣସି ସନ୍ଦେହ ନ ଥିଲା। ବିଜେପି ବିଜୟ ପଥରେ ଆଇଚାଲିଥିବାବେଳେ ମଧ୍ୟାହ୍ନଭୋଜନ ପରେପରେ ମୋଦୀଙ୍କ ନିକଟକୁ ବିଶ୍ବସ୍ତରୀୟ ନେତାଙ୍କ ଅଭିନନ୍ଦନର ସୁଅ ଛୁଟିଥିଲା। ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟଠାରେ ମୋଦୀ ବକ୍ତବ୍ୟ ଦେବାବେଳେ ଏହି ଅଭିନନ୍ଦନ ବାର୍ତ୍ତାର ଉତ୍ତର ଦେଇଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories