www.samajalive.in
Saturday, December 6, 2025
16.1 C
Bhubaneswar

ନବ ଭାରତ ନିର୍ମାଣ ପାଇଁ ନୂଆ ଯାତ୍ରାର ଶୁଭାରମ୍ଭ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି, ତାଙ୍କ ସରକାର ଅଫୁରନ୍ତ ଶକ୍ତି ସହ ନବ ଭାରତ ଗଠନ ଦିଗରେ କାର୍ଯ୍ୟ କରିବ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଦସ୍ୟମାନଙ୍କୁ ବିନା ଭେଦ ଭାବରେ କାର୍ଯ୍ୟ କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ପ୍ରାୟ ୭୫ ମିନିଟ କାଳ ମେଣ୍ଟର ନିର୍ବାଚିତ ସଦସ୍ୟ ମାନଙ୍କୁ ଉଦବୋଧନ ଦେବା ଅବସରରେ ନରେନ୍ଦ୍ର ମୋଦୀ କହିଛନ୍ତି, ଭୋଟ ବ୍ୟାଙ୍କ ରାଜନୀତି କେବେ ଦେଶର ଉପକାର କରେ ନାହିଁ ତେଣୁ ସମସ୍ତଙ୍କୁ ନେଇ ସମସ୍ତଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ହେବ।

ସେ କହିଛନ୍ତି ଯେ କ୍ଷମତାରେ ରହି ଲୋକମାନଙ୍କ ସେବା କରିବା ଭଳି ଅନ୍ୟ କୌଣସି ଭଲ ରାସ୍ତା ନାହିଁ। ସଂସଦର କେନ୍ଦ୍ରୀୟ କକ୍ଷରେ ଶନିବାର ଅପରାହ୍ନରେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁମାନେ ଆମ ଉପରେ ଭରସା କରିଛନ୍ତି ସେମାନଙ୍କ ପାଇଁ ଏବଂ ଯେଉଁମାନେ ଭରସା କରିନାହାନ୍ତି ଆମକୁ ସେମାନଙ୍କ ବିଶ୍ୱାସ ଜିତିବାକୁ ପଡିବ। ଏହି ଅବସରରେ ମୋଦୀ ସାଂସଦମାନଙ୍କୁ ଭିଆଇପି ସଂସ୍କୃତି ତ୍ୟାଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆବଶ୍ୟକ ପଡିଲେ ସାଂସଦ ବି ସାଧାରଣ ଲୋକ ଭଳି ଧାଡିରେ ଛିଡା ହେବା ଉଚିତ ବୋଲି ମୋଦୀ କହିଛନ୍ତି।

- Advertisement -

ମନ୍ତ୍ରୀ ପରିଷଦରେ କିଏ ରହିବ କିଏ ନ ରହିବ, ସେ ନେଇ ଚାଲିଥିବା ଅନୁମାନରେ ପୂର୍ଣ୍ଣଛେଦ ପକାଇ ମୋଦୀ କହିଛନ୍ତି ଯେ ନିୟମ ଅନୁଯାୟୀ ଦାଇତ୍ୱ ଦିଆଯିବ। ସେ କହିଛନ୍ତି ଯେ ନିର୍ବାଚନ ଦୂରତ୍ୱ ସୃଷ୍ଟି କରେ କିନ୍ତୁ ୨୦୧୯ ନିର୍ବାଚନ ସମାଜ ଓ ଲୋକଙ୍କୁ ଯୋଡିବା କାର୍ଯ୍ୟ କରିଛି। ନେତାମାନେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସଂଯମତା ଅବଲମ୍ବନ କରିବାକୁ କହିଛନ୍ତି। ମୋଦୀ କହିଛନ୍ତି, ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଗରିବଙ୍କ ପାଇଁ ସରକାର ଥିଲା କିନ୍ତୁ ଏବେ ଗରିବମାନେ ହିଁ ସରକାର ଚୟନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories