www.samajalive.in
Tuesday, December 9, 2025
15.1 C
Bhubaneswar

ମୋଦୀଙ୍କୁ ବିରୋଧ କରିବାରୁ ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ବଳାତ୍କାର ଧମକ

ମୁମ୍ବଇ : ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟକୁ ନେଇ ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ମୋଦୀଙ୍କୁ ବିରୋଧ କରୁଥିବା ବଲିଉଡ଼ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ବଳାତ୍କାର ଧମକ ମିଳିଛି। ଗୁରୁବାର ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଅନେକ ବଲିଉଡ଼ ସେଲିବ୍ରିଟି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେମାନଙ୍କ ମଧ୍ୟରେ ଅନୁରାଗ କଶ୍ୟପ ମଧ୍ୟ ସାମିଲ ଥିଲେ। ସେ ଟ୍ୱିଟ୍‍ କରି ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ସମସ୍ୟା ବିଷୟରେ ଜଣାଇଛନ୍ତି। ଅନୁରାଗ ଲେଖିଛନ୍ତି, “ପ୍ରିୟ ନରେନ୍ଦ୍ର ମୋଦୀ ସାର୍‍! ବିଜୟ ପାଇଁ ଆପଣଙ୍କୁ ଶୁଭେଚ୍ଛା। ସାର୍‍ ଦୟାକରି ମୋତେ କୁହନ୍ତୁ ଯେ, ମୁଁ ଆପଣଙ୍କୁ ବିରୋଧ କରୁଥିବାରୁ ଆପଣଙ୍କ ସମର୍ଥକମାନେ ମୋ ଝିଅକୁ ବଳତ୍କାର ଧମକ ଦେଉଛନ୍ତି। ଏପରି ସମର୍ଥକମାନଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‍” ବୋଲି ଅନୁରାଗ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ଅନୁରାଗଙ୍କ ଏହି ପୋଷ୍ଟ ପରେ ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ତାଙ୍କୁ ସମର୍ଥନ କରିଛନ୍ତି। ଅନେକ ମୋଦୀ ସମର୍ଥକ ମଧ୍ୟ କମେଣ୍ଟ କରି କହିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ କରନ୍ତି କିନ୍ତୁ ଏଭଳି କାମର ସମର୍ଥନ କରନ୍ତି ନାହିଁ। ଅନେକ ବ୍ୟକ୍ତି ଏହି ଘଟଣା ଉପରେ କେବଳ ଆଲେଚନା ନକରି କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଅନୁରାଗ କଶ୍ୟପ ସର୍ବଦା ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବୟାନ ଦେଇଥାଆନ୍ତି। ଏଥିପାଇଁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଅନେକ ଥର ସମାଲୋଚନା ମଧ୍ୟ କରାଯାଇଛି। ଅନୁରାଗଙ୍କ ଝିଅ ନିକଟରେ ସ୍କୁଲ ପାଠପଢା ଶେଷ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବା ସହ ନିଜ ଫଟୋ ମଧ୍ୟ ନିୟମିତ ଶେୟାର କରିଥାଆନ୍ତି। ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ତାଙ୍କୁ ଟ୍ୱିଟ୍‍ କରି ଏପରି ଧମକ ଦେଇଛି। ଟ୍ୱିଟରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ପୂର୍ବରୁ ଚୌକିଦାର ଲେଖାରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories