www.samajalive.in
Saturday, December 6, 2025
26.1 C
Bhubaneswar

ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ

ଭୁବନେଶ୍ୱର : ୨୦୧୯ର ସାଧାରଣ ନିର୍ବାଚନର ଫଳାଫଳ ରାଜ୍ୟ କଂଗ୍ରେସକୁ ଦୋହଲାଇ ଦେଇଛି । ରାଜ୍ୟରେ ନେତୃତ୍ଵ ନେବାରେ ବିଫଳ ହେବା ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି । ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି ବୋଲି ସମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ନିରଞ୍ଜନ କହିଛନ୍ତି, ସାରା ଦେଶରେ ମୋଦୀ ବାତ୍ୟା ପ୍ରବାହିତ ହେଲା, ଆମେ ଟଳି ପଡିଲୁ । ରାଜ୍ୟରେ ନବୀନ ଓ ଦେଶରେ ମୋଦୀଙ୍କୁ ଲୋକେ ଭରସା କଲେ । ରାଜନୀତିରେ ନୀତି ଓ ଆଦର୍ଶ ନାହିଁ , ବ୍ୟବସାୟୀକରଣ ହୋଇଛି । ନୀତି, ଆଦର୍ଶବାନ ନେତୃତ୍ବ ପାଇଁ ଯୁବପିଢିଙ୍କୁ ନିରଞ୍ଜନ ଆହ୍ବନ ଦେଇଛନ୍ତି । ମୁଁ କଂଗ୍ରେସରେ ରହିଛି, ରହିବି । ଦଳକୁ ମଜଭୁତ କରିବି ବୋଲି ଗଣମାଧ୍ୟମରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories