www.samajalive.in
Saturday, December 13, 2025
15.1 C
Bhubaneswar

ଓଡ଼ିଶା ବିଧାନସଭା : ହେବିୱେଟଙ୍କ ପରାଜୟ !

ଭୁବନେଶ୍ୱର : ବିଜୁଜନତା ଦଳ ରାଜ୍ୟରେ ପୁଣି ଥରେ କ୍ଷମତା ଦଖଲ କରିବାକୁ ଯାଉଛି। ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରି କ୍ଷମତାକୁ ଫେରିବେ । ତେବେ ଚଳିତ ନିର୍ବାଚନର ଫଳାଫଳ ବିଜେଡି ଓ ବିଜେପି ପାଇଁ ଉତ୍ସାହଜନକ ହୋଇଥିବା ବେଳେ କଂଗ୍ରେସ ପାଇଁ ନିରାଶାଜନକ ହୋଇଛି।
କାରଣ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ଆସନରୁ ଲଢ଼ିଥିଲେ ମଧ୍ୟ ଉଭୟ ଘଷିପୁରା ଏବଂ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପରାସ୍ତ ହେବାକୁ ଯାଉଛନ୍ତି। ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡୁଛି। ବରିଷ୍ଠ ରାଜନେତା ତଥା ବାଲିକୁଦା-ଏରସମାର ବିଜେପି ପ୍ରାର୍ଥୀ ଡ଼ାକ୍ତର ଦାମୋଦର ରାଉତ ମଧ୍ୟ ପରାସ୍ତ ହୋଇଛନ୍ତି। ବାରବାଟୀ-କଟକ ଆସନରୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ ପରାଜୟର ସାମନା କରିବାକୁ ପଡୁଛି। ସେହିପରି ଚିଲିକା ଆସନରୁ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ପରାଜୟର ସାମନା କରିବାକୁ ପଡୁଛି। ବରିଷ୍ଠ ବିଜେପି ନେତ୍ରୀ ସୁରମା ପଢ଼ୀ ଏବଂ ପ୍ରଭାତୀ ପରିଡାଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡୁଛି।
ଅନ୍ୟ ପ୍ରମୁଖ ପ୍ରାର୍ଥୀ ଯେଉଁମାନଙ୍କୁ ପରାଜୟର ସାମନା କରିବାକୁ ପଡୁଛି, ସେମାନଙ୍କ ମଧ୍ୟରେ ଅଛନ୍ତି :
ବାଲେଶ୍ୱର – ଜୀବନ ପ୍ରଦୀପ ଦାସ-ବିଜେଡି
ବାଙ୍କୀ – ଦେବାଶିଷ ପଟ୍ଟନାୟକ-କଂଗ୍ରେସ
ବାରିପଦା-ସରୋଜିନୀ ହେମ୍ବ୍ରମ- ବିଜେଡି
ବସ୍ତା- ରଘୁନାଥ ମହାନ୍ତି-ବିଜେପି
ଭୁବନେଶ୍ୱର(ଉତ୍ତର)-ଅପରାଜିତା ମହାନ୍ତି-ବିଜେପି
ବ୍ରହ୍ମଗିରି-ସଞ୍ଜୟ ଦାସ ବର୍ମା-ବିଜେଡି
ଚାନ୍ଦବାଲି- ମନମୋହନ ସାମଲ-ବିଜେପି
ଦିଗପହଣ୍ଡି-ପିଙ୍କି ପ୍ରଧାନ-ବିଜେପି
କେନ୍ଦ୍ରାପଡ଼ା-ଗଣେଶ୍ୱର ବେହେରା-କଂଗ୍ରେସ
ପଦ୍ମପୁର-ପ୍ରଦୀପ ପୁରୋହିତ-ବିଜେପି
ପୁରୀ-ମହେଶ୍ୱର ମହାନ୍ତି-ବିଜେଡି
ସାଲେପୁର-ପ୍ରକାଶ ବେହେରା-ବିଜେପି

ସମ୍ବଲପୁର- ରାସେଶ୍ବରୀ ପାଣିଗ୍ରହୀ-ବିଜେଡି
ତେବେ ଏହି ସବୁ ପ୍ରାର୍ଥୀଙ୍କ ଜୟ-ପରାଜୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories