www.samajalive.in
Saturday, December 6, 2025
26.1 C
Bhubaneswar

ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୁଡାନ୍ତ : ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣନା

ଭୁବନେଶ୍ୱର : ଆସନ୍ତାକାଲି ଗୁରୁବାର ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।  ଭୋଟ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୬୩ଟି କେନ୍ଦ୍ରରେ ସକାଳ ୮ଟା ସମୟରେ ଭୋଟ ଗଣତି ଆରମ୍ଭ ହେବ। ୭ଟି ଟେବୁଲ୍‌ରେ ଭୋଟ ଗଣତି ହେବ । କେତେକ ସ୍ଥାନରେ ଅଧିକ ଟେବୁଲର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ କେତେକ  ଗଣତି କେନ୍ଦ୍ରରେ ସ୍ଥାନାଭାବ ଯୋଗୁଁ ଏହାକୁ ୭ରେ ସୀମିତ ରଖାଯାଇଛି ।

ସେହିପରି ପ୍ରତ୍ୟେକ କେନ୍ଦ୍ରରେ ୯ ଜଣ ଗଣତି ଏଜେଣ୍ଟ ରହିବେ। ଜଣେ ଏଜେଣ୍ଟ କେନ୍ଦ୍ରୀୟ ଟେବୁଲ୍‌ରେ ଏବଂ ପୋଷ୍ଟାଲ ବାଲଟ ଗଣତି ପାଇଁ ଜଣେ ଲେଖାଏଁ ଏଜେଣ୍ଟ ରହିବେ। ପୋଷ୍ଟାଲ ବାଲଟ୍ ଗଣତି ପାଇଁ ସର୍ବାଧିକ ସମୟସୀମା ୩୦ ମିନିଟ୍ ରହିଛି। ସେହିପରି ପ୍ରତ୍ୟେକ ରାଉଣ୍ଡ ଗଣତି ପାଇଁ ୨୦ ମିନିଟ୍ ଧାର୍ଯ୍ୟ କରାଯାଇଛି।

- Advertisement -

ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୫ଟି, ସୁନ୍ଦରଗଡ଼, ମୟୁରଭଞ୍ଜ, ଓ ଗଞ୍ଜାମ ଜିଲ୍ଲାରେ ୪ଟି ଲେଖାଁଏ ଭୋଟଗଣନା କେନ୍ଦ୍ର ସ୍ଥାପନ କରାଯାଇଛି। ଭୁବନେଶ୍ୱର ବିଜେପି ସ୍ବୟଂଶାସିତ ମହାବିଦ୍ୟାଳୟରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର-ଉତ୍ତର, ଏକାମ୍ର-ଭୁବନେଶ୍ୱର ଏବଂ ଜଟଣୀ ବିଧାନସଭା ଆସନର  ଭୋଟ ଗଣନା କରାଯିବ। ସେହିପରି କଟକ ଭୁବନାନନ୍ଦ ଇଂଜିନୟରିଂ ସ୍କୁଲରେ କଟକର ୬ଟି ବିଧାନସଭା ଆସନର ଭୋଟ ଗରନା କରାଯିବା ନେଇ ବନ୍ଦେବସ୍ତ କରାଯାଇଛି।

ଭୋଟ୍‍ ଗଣତି ସଂପର୍କୀତ ଫଳାଫଳ ଜାଣିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକଙ୍କ ଜାଣିବା ପାଇଁ ସିଇଓ ଅଫିସ ପରିସରରେ ସ୍ୱତନ୍ତ୍ର ଭାବେ ଅସ୍ଥାୟୀ କୋଠରୀ କରାଯାଇଛି। ସେଠାରେ ଏଲ୍‍ଇଡି ଟିଭି ଲଗାଯଯିବା ସହ ଭୋଟଗଣତିର ଟିକିନିଖି ଖବର ପ୍ରଦର୍ଶନ କରାଯିବ। ଏହାସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଅନେକ ସମୟରେ ଗଣମାଧ୍ୟମରେ ଭୋଟ୍‍ଗଣତି ଓ ଫଳାଫଳ ନେଇ ତଥ୍ୟ ରଖିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories