www.samajalive.in
Sunday, December 7, 2025
15.1 C
Bhubaneswar

ଧାମରା-ଜାମୁଝାଡି ରାସ୍ତାକୁ ନେଇ ଘନ ଘନ ବୈଠକ; ନିର୍ମାଣ କାର୍ଯ୍ୟରେ ବିଳମ୍ବ

ଧାମରା : ଭଦ୍ରକ ଜିଲା ଧାମରା-ଜାମୁଝାଡି ରାସ୍ତା ଜାତୀୟ ରାଜପଥ ୧୬ର ମାନ୍ୟତା ପାଇଥିବା ବେଳେ ଏହି ରାସ୍ତାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗିରହିଛି। ଏହି ରାସ୍ତାର କାର୍ଯ୍ୟ କେବେ ଆରମ୍ଭ ହେବ ସେନେଇ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ରାଜପଥ ନିର୍ମାଣ ପାଇଁ ଧାମରା ବନ୍ଦର, ପ୍ରତିରକ୍ଷା ବିଭାଗ ଏବଂ ରାଜ୍ୟ ସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ସମାନ ଭାଗରେ ୨୧୯କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ ପାଇଁ ରାଜି ହୋଇଥିଲେ। ୟୁଏମଏସଏଲ କମ୍ପାନୀ ଏହି ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ଗତ ୧ମାର୍ଚ୍ଚ ୨୦୧୯ରେ ଚୁକ୍ତିପତ୍ର ସ୍ୱାକ୍ଷର କରିଥିଲେ। ଏହି ରାସ୍ତା ମାର୍ଚ୍ଚ ୨୦୧୯ରେ ଆରମ୍ଭ ହୋଇ ଅଗଷ୍ଟ ୨୦୨୧ରେ ଶେଷ ହେବ ବୋଲି ଏହି ଚୁକ୍ତିପତ୍ରରେ ସ୍ୱାକ୍ଷରିତ ହୋଇଥିଲା। ଏହି ରାସ୍ତା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ପରିମାଣରେ ମାଟି, ମୋରମ ଏବଂ ପଥରର ଆବଶ୍ୟକତା ପଡୁଥିବାରୁ ସୋରୋ ନିକଟବର୍ତ୍ତି ବାଗୁଡିଠାରେ ଥିବା ମୋରମ ଏବଂ ପଥର ଖଦାନରୁ ଏହି ସମସ୍ତ କଞ୍ଚାମାଲ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ସୋରୋ ତହସିଲଦାରଙ୍କୁ ଆଦେଶ ଦେଇଥିଲେ। ଚୁକ୍ତିପତ୍ର ସ୍ୱାକ୍ଷରିତ ହେବାପରେ ୟୁଏମଏସଏଲ କମ୍ପାନୀକୁ ରାସ୍ତା ପାଇଁ ଦରକାର ପଡୁଥିବା ଫ୍ଲାଇ ଆସ ପ୍ରର୍ଯ୍ୟାପ୍ତ ପରିମାଣରେ ମିଳିବ ନାହିଁ ବୋଲି ଜଣାଯାଇଥିଲା। ଏହାର ବିକଳ୍ପ ସ୍ୱରୂପ ଧାମରା ବନ୍ଦର କମ୍ପାନୀ(ଆଦାନୀ) ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ତ୍ରିପାଠୀ ବନ୍ଦର ତରଫରୁ ଏହି ରାସ୍ତା ନିର୍ମାଣ ପାଇଁ ଦରକାର ହେଉଥିବା ଫ୍ଲାଇ ଆସ ବଦଳରେ ସମୁଦ୍ର ବାଲିରେ ଏହି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ବୁଧବାର ଏ ନେଇ ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ତ୍ରିପାଠୀ, ରାଜ୍ୟ ସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଭଦ୍ରକ ଠାରେ ଅବସ୍ଥାପିତ ଅଧୀକ୍ଷଣ ଯନ୍ତ୍ରୀ ସଞିବ କୁମାର ମହାନ୍ତି, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ନାୟକ, ବାସୁଦେବପୁର ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଏସଡିଓ ପ୍ରଭାତ କୁମାର ସାହୁ ଏବଂ ଚାନ୍ଦବାଲି ଏସଡିଓ ପ୍ରଦ୍ୟୁମ୍ନ ସେଠୀ ଏବଂ ୟୁଏମଏସଏଲ କମ୍ପାନୀର ସମସ୍ତ ଟେକନିକାଲ ଷ୍ଟାଫ ମାନଙ୍କୁ ନେଇ ଧାମରା ବନ୍ଦର ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ତ୍ରିପାଠୀ ନିଜ ମତରଖି କହିଥିଲେ ଧାମରା ବନ୍ଦର କର୍ତ୍ତୁପକ୍ଷ ବର୍ଷକୁ ୨ଲକ୍ଷ କ୍ୟୁବିକ ମିଟର ବାଲି ସମୁଦ୍ର ମଧ୍ୟରୁ ଉତ୍ତୋଳନ କରୁଛି, କେବଳ ବନ୍ଦର କର୍ତ୍ତୁପକ୍ଷ ତେଲ ପଇସା ନେଇ ଏହି ରାସ୍ତା ନିର୍ମାଣ ପାଇଁ ଦରକାର ହେଉଥିବା ୬ଲକ୍ଷ କ୍ୟୁବିକ ମିଟର ବାଲି ଯୋଗାଇ ଦେବ, ଏହି ବାଲିକୁ ନେଇ ରାସ୍ତା ନିର୍ମାଣ ହୋଇ ପାରିବ ବୋଲି ପ୍ରସ୍ଥାବ ଦେଇଥିଲେ। ଏହି ୬୦ କି.ମି ରାସ୍ତା ପାଇଁ ଦରକାର ପଡୁଥିବା ଫ୍ଲାଇ ଆସ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇବା ସମ୍ଭବ ନୁହେଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଆଜିର ଏହି ବୈଠକ ପରେ ଏହି ଉତ୍ତୋଳନ ହେଉଥିବା ବାଲିର ସାମ୍ପୁଲକୁ ଭୂବନେଶ୍ୱର ଠାରେ ଥିବା ଆଇ ଆଇ ଆଇଟି ଏବଂ ବାଲେଶ୍ୱର ଠାରେ ଥିବା ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଟେଷ୍ଟିଂ ଲାବରେଟୋରୀକୁ ପଠାଯାଇଥିଲା। ସେଠାରୁ ଟେଷ୍ଟିଂ ରିପୋର୍ଟ ଆସିବା ପରେ ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବାସୁଦେବପୁର ଏସଡିଓ ମତ ପୋଷଣ କରିଥିଲେ। ଧାମରା ବନ୍ଦର କର୍ତ୍ତୁପକ୍ଷ ଏହି ରାସ୍ତା ନିର୍ମାଣ ପାଇଁ ମାଗଣାରେ ବାଲି ଯୋଗାଇ ଦେଲେ ଖୁବ ଶୀଘ୍ର ଏହି ରାସ୍ତା ନିର୍ମାଣ ଆକଳନର ପୂର୍ବରୁ ଶେଷ ହୋଇଯିବ ବୋଲି ସମସ୍ତେ ଆଶାୟୀ ଅଛନ୍ତି। ଏହି ରାସ୍ତା ସଂପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ରାସ୍ତାର ଡିମାରକେସନ କାର୍ଯ୍ୟ ଶେଷ କରିଛନ୍ତି। ଯେଉଁ ସ୍ଥାନ ମାନଙ୍କରେ କିଛି ଦୋକାନ ବଜାର ଏହି ରାସ୍ତାକୁ ଅବରୋଧ କରିଛି ସେହି ଅଞ୍ଚଳର ତହସିଲଦାର ମାନଙ୍କୁ ଖୁବ ଶୀଘ୍ର ଏହି ଅବରୋଧ ହଟାଇବାକୁ ଜିଲା ପ୍ରଶାସନ ଚିଠି କରିସାରିଛି ଏବଂ ଏହି କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଛି ବୋଲି ଏସଡିଓ ପ୍ରଭାତ କୁମାର ସାହୁ ମତ ରଖିଥିଲେ। ଏହି ରାସ୍ତା ନିର୍ମାଣ ହେବା ପରେ ପୁନଶ୍ଚ କେନ୍ଦ୍ର ସରକାର୍‍ଙ୍କ ସାଗରମାଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଆଶା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories