www.samajalive.in
Monday, December 8, 2025
24.1 C
Bhubaneswar

ଟିକ୍‌ଟକ୍‌ ସେଲିବ୍ରିଟି ମୋହିତ ମୋର୍‌ଙ୍କୁ ହତ୍ୟା

ନୂଆଦିଲ୍ଲୀ: ଟିକ୍‌ଟିକ୍‌ ସେଲିବ୍ରିଟି ତଥା ଜିମ୍‌ ଟ୍ରେନର ମୋହିତ ମୋରଙ୍କୁ ହତ୍ୟା କରାଯାଇଛି। ଦିଲ୍ଲୀର ନଜଫଗଡ଼ରେ ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୋହିତ ସୋସିଆଲ ମିଡିଆ ଆପ୍‌ ଟିକ୍‌ଟିକ୍‌ରେ ବେଶ୍‌ ସକ୍ରିୟ ରହିଥିଲେ।

ପୁଲିସ ସୂଚନା ମୁତାବକ, ଟିକ୍‌ଟକ୍‌ରେ ମୋହିତଙ୍କର ୫ଲକ୍ଷ ୧୭ ହଜାର ଫଲୋଓର ରହିଥିଲେ। ତାଙ୍କ ଘର ହରିୟାଣାର ବାହାଦୁରଗଡ଼ରେ, କିନ୍ତୁ ସେ ନଜଫଗଡ଼ସ୍ଥିତ ତାଙ୍କ ଘରେ ରହୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ମୋହିତ ଏକ ଫଟୋ ଦୋକାନରେ ବସିଥିଲେ। ଏହି ସମୟରେ ୩ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଅଭିଯୁକ୍ତମାନେ ତାଙ୍କ ଉପରକୁ ୭ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

- Advertisement -

ଗତ ରବିବାର ଦ୍ବାରକା ମଡ୍‌ଠାରେ ଗ୍ୟାଙ୍ଗୱାର ଘଟି ୨ ଜଣ ଅପରାଧୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମୋହିତଙ୍କୁ ହତ୍ୟା କରାଯାଇଥିବାରୁ ଗ୍ୟାଙ୍ଗୱାରରେ ସମ୍ପୃକ୍ତ ୨ ଗ୍ୟାଙ୍ଗ ସହିତ ତାଙ୍କର କୌଣସି ଲିଙ୍କ୍‌ ରହିଛି କି ନାହିଁ ତାହାର ତଦନ୍ତ କରାଯାଉଛି ବୋଲି ଜଣେ ତଦନ୍ତକାରୀ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା କୌଣସି ସୁରାକ୍‌ ମିଳି ନ ଥିବା ଦ୍ବାରକା ଡିସିପି ଆଣ୍ଟୋ ଆଲଫୋନ୍‌ସ କହିଛନ୍ତି। ତେବେ ମୋହିତଙ୍କ ନାମରେ କୌଣସି ଆପରାଧିକ ମାମଲା ନ ଥିବା ଆଲଫୋନ୍‌ସ ସୂଚନା ଦେଇଛନ୍ତି।

ପୁଲିସ ସିସିଟିଭି କ୍ୟାମେରା ଫୁଟେଜ ଜବତ କରି ତଦନ୍ତ ଚଳାଇଛି। ଅଭିଯୁକ୍ତମାନେ ମୋହିତଙ୍କୁ ଗୁଳି କରିବା ପରେ ଦୌଡ଼ି ପଳାଉଥିବା ଫୁଟେଜରେ ଦେଖିବାକୁ ମିଳିଛି। ଅଭିଯୁକ୍ତମାନେ ଚୋରି ସ୍କୁଟିରେ ଆସିଥିବା ପୁଲିସ ସନ୍ଦେହ କରୁଛି।

ସୂଚନାଯୋଗ୍ୟ, ନିକଟରେ ମୋହିତଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ମୋହିତ ତାଙ୍କ ଭାଇ ଏବଂ ମା’ଙ୍କ ସହ ରହୁଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories