www.samajalive.in
Sunday, December 7, 2025
16.1 C
Bhubaneswar

ମହାକାଶରୁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବ ରିସାଟ୍‌-୨ବି; ଶ୍ରୀହରିକୋଟାରୁ ସଫଳ ଉତକ୍ଷେପଣ କଲା ଇସ୍ରୋ

ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ବୁଧବାର ରାଡାର ଇମେଜିଂ ଆର୍ଥ ସାଟେଲାଇଟ୍‌(ରିସାଟ୍‌-୨ବି)ର ଉତ୍‌କ୍ଷେପଣ ସଫଳ ହୋଇଛି। ଭୋର ୫ଟା ୨୭ ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍‌ ସେଣ୍ଟରରୁ ପିଏସଏଲଭି-ସି୪୬ ଜରିଆରେ ରିସାଟ୍‌-୨ବିର ଉତ୍‌କ୍ଷେପଣ କରାଯାଇଥିଲା। ଏହି ସାଟେଲାଇଟର ସଫଳ ଉତ୍‌କ୍ଷେପଣ ପରେ ଭାରତର ସୁରକ୍ଷା ବ୍ୟବସ୍ଥା ଅଧିକ ମଜଭୁତ୍‌ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ରିସାଟ୍‌-୨ବି ମହାକାଶରେ ଭାରତ ପାଇଁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବ। ଏହା ଜରିଆରେ ଭାରତୀୟ ସୁରକ୍ଷା ବଳଙ୍କୁ ଅନ୍ତର୍ଜାତୀୟ ସୀମା ଉପରେ ନଜର ରଖିବାରେ ବହୁତ ସହଯୋଗ ମିଳିବ। ଏହି ସାଟେଲାଇଟ୍‌ ମାଧ୍ୟମରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିର ଏବଂ ଆତଙ୍କୀଙ୍କ କାର୍ଯ୍ୟକଳାପ ଓ ଗତିବିଧି ସମ୍ପର୍କରେ ସହଜରେ ଜାଣିହେବ।

- Advertisement -

ରିସାଟ୍‌-୨ବି ସାଟେଲାଇଟ୍‌ର ଓଜର ୬୧୫ କିଲୋଗ୍ରାମ। ଉତକ୍ଷେପଣର ୧୫ ମିନିଟ ପରେ ସାଟେଲାଇଟ୍‌ଟି ପୃଥିବୀର କକ୍ଷପଥରେ ସଂସ୍ଥାପନ ହୋଇଯିବ। ଇସ୍ରୋ ଅଧ୍ୟକ୍ଷ କେ. ଶିବାନ ଏହି ମିଶନକୁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ବୋଲି ଦର୍ଶାଇଥିବା ବେଳେ ଏ ସମ୍ପର୍କରେ ଅଧିକ ସୂଚନା ଦେଇ ନ ଥିଲେ। ଉତ୍‌କ୍ଷେପଣ ପୂର୍ବରୁ ତିରୁପତିର ପ୍ରସିଦ୍ଧ ଭଗବାନ ଭେଙ୍କଟେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶିବାନ ସୂଚନା ଦେଇ କହିଥିଲେ, ରିସାଟ-୨ବି ଉତକ୍ଷେପଣ ପରେ ଇସ୍ରୋ ଚନ୍ଦ୍ରଯାନ-୨ ଉପରେ କାମ କରିବ। ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଏହାର ଉତ୍‌କ୍ଷେପଣ କରାଯିବ। ସମସ୍ତେ ଏହି ମିଶନ ଉପରେ ଉତ୍ସୁକତାର ସହ ନଜର ରଖିଛନ୍ତି। ଇସ୍ରୋ ସେପ୍ଟେମ୍ବର ୬ସୁଦ୍ଧା ଚନ୍ଦ୍ରଯାନ-୨କୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ନେଇ ଆଶାବାଦୀ ରହିଛି ବୋଲି ସେ କହିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories